ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ତିନ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ମୁଖ୍ୟବକ୍ତା ଭାବେ ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂହ ଯୋଗଦେଇ ଇଣ୍ଟର ନେଟ ଯୋଗୁଁ ଛାତ୍ର ଛାତ୍ରୀ ମାନେ ସହଜ ରେ ଶିକ୍ଷାଗ୍ରହଣ କରିବା ସହିତ ଶିକ୍ଷା କ୍ରୀଡା ଓ ବିଭିନ୍ନ ପ୍ରତିଭାର ଅଧିକାରୀ ହୋଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଦିଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସିଆରସିସି କେଦାର ନାଥ ନାଏକ, ଜିତେନ୍ଦ୍ର ପଣ୍ଡା, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଦେବକୀ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ୩ଦିନ ଧରି ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ଅନୁଷ୍ଠିତ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡିଆଁ, ଧିର ସାଇକେଲ ରେସ୍, ସର୍ଟଫୁଟ୍, ଡିସ୍କସ, ଚୌକି ବସା ଆଦି ଖେଲକୁଦ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ୱ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତାକୁ ଖେଲ ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବ ମଞ୍ଚକୁ ଖେଳ ଶିକ୍ଷକ ଲୋକନାଥ ରାଉତ ପରିଚାଳନା କରିଥିଲେ। ଶିକ୍ଷକ ଲିଜୟା ନନ୍ଦ ସାହୁ, ସୁରଜ୍ ତାଣ୍ଡି, ଶିକ୍ଷୟତ୍ରୀ ମନ୍ଦାକିନୀ ନାଏକ, ପ୍ରଶାନ୍ତ ପଣ୍ଡା, ଅମୁଲ୍ୟ କୁମାର ନାଏକ, ସୁରଜ୍ ପରିହାରି ସୁରେନ୍ଦ୍ର ଗଣ୍ଡ, ଦୟାସଙ୍ଗ ନାଏକ ସମେତ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଗୋପବନ୍ଧୁ ନାଏକ, ଦୁଃଖେନ୍ଦ୍ର ମାଝୀ ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ।