କୋକସରାରେ ବିକଶିତ ଭାରତ ରଥକୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକଶିତ ଭାରତ ରଥ ଆଜି କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଠାରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚି ପାରିବ ଓ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିଛି ସେମାନଙ୍କର ଅନୁଭୂତି ଜାଣିବା ପାଇଁ ଆସିଥିବା ବିକଶିତ ଭାରତ ରଥକୁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗୋଷ୍ଠୀଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଏହି ରଥ କୁ ସ୍ୱାଗତ କରି କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନା ର ସଫଳ ରୂପାୟନ ପାଇଁ ଉପସ୍ଥିତ ଜନସାଧାରଣ ଓ ଅଧିକାରୀଙ୍କୁ ବୁଝାଇଥିଲେ। ସ୍ୱାଗତ ସମୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ବିଜେପି ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ପିଇଓ ରାଜେନ୍ଦ୍ର ସୋରି, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ଗ୍ରାମରୋଜଗାର ସେବକ ଟିକେଶ୍ୱର ରାଉତି, ଯୋଗାଣ ସହାୟକ ନରେନ୍ଦ୍ର ବିଶି, ମିଶନଶକ୍ତି ମହିଳା, ୱାର୍ଡ ସଭ୍ୟ ସଭ୍ୟା, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଧ ଘଣ୍ଟାର ଭିଡିଓ ସଚେତନତା ମାଧ୍ୟମରେ ଆବାସ ଯୋଜନା, ଉଜ୍ଜାଲା ଯୋଜନା, ସ୍ୱଚ୍ଛ ଭାରତ, ମନରେଗା, ଡ୍ରୋନ ସ୍ପ୍ରେ, କ୍ୟାଲେଣ୍ଡର ବଣ୍ଟନ କରି ଆମ ସଂକଳ୍ପ ବିକଶିତ ଭାରତର ସଂକଳ୍ପ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.