ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶରେ ଗଣମାଧ୍ୟମ ଏବଂ ସାକ୍ଷରତାର ପ୍ରଭାବ ଉପରେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ନଗର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶରେ ଗଣମାଧ୍ୟମ ଏବଂ ସାକ୍ଷରତା ର ପ୍ରଭାବ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇସାରିଛି | ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟ ର ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଭାଗ ନେଇଥିଲେ | ରାୟଗଡା ର ଏକ ପ୍ରିଣ୍ଟ ମିଡ଼ିଆ ରେ କାର୍ଯ୍ୟରତ ଜ଼ିଲ୍ଲା ପ୍ରତିନିଧି ମୁଖ୍ୟ ବକ୍ତା ଭାବେ ଶ୍ୟାମ କୁମାର ଦାଶ ବିଷୟ ବସ୍ତୁ ଉପରେ ବିସ୍ତୃତ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ | ବର୍ତ୍ତମାନ ର ଯୁବପିଢ଼ି ଯେପରି ମିଡ଼ିଆ ଓ ସାକ୍ଷରତା ର ମିଶ୍ରଣ କୁ ବୁଝିପାରି କିପରି ତାହାକୁ ଦେଶର ଉନ୍ନତିକରଣ ଉପରେ ବ୍ୟବହାର କରିପାରିବେ ଦାଶ୍ ନିଜ ବିଷୟ ଯୋଗେ ଉପସ୍ଥାପନା କରିଥିଲେ | ଏହି କାର୍ଯ୍ୟକ୍ରମ କୁ ପରିଚାଳନା ପ୍ରୀତି ଟି କେ କରିଥିବା ବେଳେ ମଞ୍ଚାସିନ ଅତିଥି ମାନଙ୍କ ଭିତରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରମେଶ ସାହୁ, ସାମ୍ବାଦିକ ବିଦ୍ୟା ଭୂଷଣ ପଣ୍ଡା ଓ ସାମ୍ବାଦିକ ଏମ୍ ବିଦ୍ୟା ସାଗର ପ୍ରମୁଖ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.