ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ଅମୋହାମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ଆମ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଧର୍ମଗଡ ବିଧାୟକ ମୌଶଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବ୍ଲକ ବିଜେଡି ଯୁବ ସଭାପତି ମନୋଜ ନାଏକ, ପୂର୍ବତନ କଲେଜ ପରିଚାଳନା କମିଟି ସଦସ୍ୟ ମହେନ୍ଦ୍ର ନାଥ ସାହୁ ଓ କେଦାର ନାଥ ପଣ୍ଡା, +୩ ଅଧକ୍ଷ ହେମନ୍ତ କୁମାର ବାରିକ, ଅଧ୍ୟାପକ ଧରଣୀ ଧର ପୂଝାରୀ, +୨ ର ଭୂଗୋଳ ଅଧ୍ୟାପକ ନୃସିଂହ ଚରଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କଲେଜ ଦ୍ୱାରା ହୋଇଥିବା ବିଭିନ୍ନ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବନ୍ଧ, କବିତା, ଚିତ୍ରାଙ୍କନ, ବ୍ୟଙ୍ଗଚିତ୍ର, ଗୀତ, ନୃତ୍ୟ, ଲୋକ ନାଟକ, ଝୋଟି, ରଙ୍ଗୋଲି ଇତ୍ୟାଦି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ସେହିପରି ଉକ୍ତ କାର୍ଯ୍ୟକ୍ରମ ଅୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଅଧ୍ୟାପକ ବିଭୁତି ପଟ୍ଟନାୟକ ଓ କର୍ମଚାରୀ ସୁଶାନ୍ତ ଜଗାରିଆଙ୍କୁ ଟ୍ରଫି ଦେଇ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ମଞ୍ଚ ପରିଚାଳନା ଅଧ୍ୟାପକ ଧନୁଞ୍ଜୟ ପଣ୍ଡା କରିଥିବା ବେଳେ ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ କଲେଜର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।