ଭାଲୁର ମୃତଦେହ ଉଦ୍ଧାର: ଆତଙ୍କିତ ନୂଆପଡା ସହରବାସୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦରମହକୁମାରେ କିଛିଦିନ ହେବ ଭାଲୁ ଆତଙ୍କ ଦେଖିବାକୁ ମିଳୁଛି। ଆଜି ନୂଆପଡା ସହରର ମହୁଲଭଟା ଗାଁର ମୋହନ ରଣାଙ୍କ କୁଆଁରୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ତେବେ ନୂଆପଡା ସହରରେ ବର୍ତ୍ତମାନ କେତୋଟି ଭାଲୁ ବୁଲୁଚି ଏ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରକାଶ ଜେ ଆଜି ସକାଳେ ମହୁଲଭଟା ଗାଁର ମୋହନ ରଣା ସକାଳୁ ନିଜର ଖେତକୁ କାନ୍ଦୁଲ ଫସଲ ତୋଳିବା ପାଇଁ ଯାଇଥିଲେ। ସେଠାରେ ସେ ବିଭିନ୍ନ ଫସଲ ଓ ପନିପରିବା ଚାଷ କରନ୍ତି। ସେଠାରେ ପାଣି ପାଇଁ ଏକ ଖୋଲା କୁଅ ଅଛି। କାନ୍ଦୁଲ ତୋଳି ଫସଲରେ ପାଣି ଦେବା ପାଇଁ କୁଅକୁ ଯିବାରୁ ଦେଖି ପାଇଲେ ଜେ ଏକ ଭାଲୁ କୁଅ ପାଣିରେ ଭାସୁଛି। ମୋହନ ସାଙ୍ଗେ ସାଙ୍ଗେ ବନ ବିଭାଗକୁ ଖବର କରିଥିଲେ। ବନ ବିଭାଗ ସେଠାରେ ପହଂଚି ଭାଲୁଟିକୁ କୁଆରୁ ନୂଆପଡା ଅଗ୍ନିଶମ ବିଭାଗର ସହାୟତାରେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା। କୁଅଟିର ଗଭୀରତା ପ୍ରାୟ ୨୦ ଫୁଟ ହେବ ଯାହାଫଳରେ ଭାଲୁ ସେଠାରୁ ବାହାରି ନ ପାରି ମରିଯାଇଥିଲା। ପରେ ଭାଲୁର ମୃତଦେହକୁ ନୂଆପଡା ରେଞ୍ଜ ଅଫିସରେ ରଖିଥିଲେ। ନୂଆପଡା ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଲୟକୁ ଖବର କରି ଭାଲୁଟିର ଶବ ବ୍ୟବଛେଦ କରାଯାଇଥିଲା। ଡେପୁଟି ଡାଇରେକ୍ଟର ଭେଟନାରୀ ପାର୍ଥ ସାରଥୀ ଦୋରା ଏବଂ ଟାନୱାଟ ପ୍ରାଣୀଧନ ନିରୀକ୍ଷକ (ଏଲ ଆଇ) ବବଲୁ ଖାନ ଭାଲୁ ଟିର ଶବ ବ୍ୟବଛେଦ ବନ ବିଭାଗର ଉପସ୍ଥିତରେ କରିଥିଲେ। ତେବେ ଭାଲୁଟି ବୟସ୍କ ହୋଇ ଯାଇଥିଲା ଓ ତାର ବୟସ ଆନୁମାନିକ ୨୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ସୂଚନାଥାଉକି ଚଳିତ ସପ୍ତାହର ମଙ୍ଗଳବାର ଦିନ ସକଳେ ଭାଲୁ ୩ଜଣ ମହିଳାଙ୍କୁ ଆକ୍ରମଣ କରିଥିଲା। ଏହା ପରଦିନ ସନ୍ଧ୍ୟାରେ ଭାଲୁ ମନ୍ଦିରପଡାର ଗଣେଶ ମନ୍ଦିର ନିକଟରେ ଥିବା ଏକ ପୋଖରୀ ପାଖରେ ଖେଳୁ ଥିବା ୨ ବର୍ଷର ଜଣେ ଶିଶୁକୁ ଆକ୍ରମଣ କରିଥିଲା। ପରେ ମହାମାୟା କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଭାଲୁ କିଛି ସମୟ ରହିଥିଲା। ଏହାକୁ କିଛି ସ୍ଥାନୀୟ ଲୋକ ନିଜ ମୋବାଇଲ ଫୋନରେ କଏଦ ମଧ୍ୟ କରିଛନ୍ତି। ଏହି ଫୋଟ ଓ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୁରି ବୁଲୁଚି। ଯାହାଦ୍ୱାରା ବିଭିନ୍ନ ବର୍ଗର ଲୋକ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପେଟ୍ରୋଲିଙ୍ଗ କରୁଛି ଓ ଏକ ଗାଡି ଯୋଗେ ଲୋକଙ୍କୁ ସଚେତନ କରୁଥିବାର ନୂଆପଡା ରେଞ୍ଜର ଆଲୋକ ମାଝୀ ପ୍ରକାଶ କରିଛନ୍ତି। କିନ୍ତୁ ସହରରେ କେତୋଟି ଭାଲୁ ବୁଲୁଚି ଆଉ କେବେ ଭାବେ ସହରବାସୀ ସୁରକ୍ଷିତ ରହିବେ ତାହା ବନ ବିଭାଗ ସଠିକ ଭାବେ ଉତ୍ତର ରଖି ପାରୁନାହିଁ। ବନ ବିଭଗର ସୁପ୍ତ ହୋଇ ଯାଇଛି ଓ ଭାଲୁ ଆତଙ୍କ ରୋକିବାରେ ସକ୍ଷମ ହୋଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ପାଇଁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.