ଆସନ୍ତା କାଲି ନୂଆ ଓଡିଶା ଯୁବ ଓଡିଶାର ସାଂସ୍କୃତିକ ମହୋତ୍ସବ

ଯୋଗଦେବେ ୧୦ ହଜାର କଲେଜ ଛାତ୍ର ଛାତ୍ରୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରାମେଶ୍ବର ଷ୍ଟାଡିୟମଠାରେ ନୂଆ ଓଡିଶା ଯୁବ ଓଡିଶା ସାଂସ୍କୃତିକ ମହୋତ୍ସବ ପାଇଁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର, ଜିଲ୍ଲା କ୍ରିଡ଼ା ଅଧିକରୀ ଚିତ୍ତ ରଂଜନ ମିଶ୍ର, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ ଯୋଗ ଦେଇଥିଲେ l କ୍ରିଡ଼ା, ସାଂସ୍କୃତିକ, ସାମାଜିକ କ୍ଷେତ୍ରରେ ଛାତ୍ର ଛାତ୍ରୀ ଯୁବକ ଯୁବତୀଙ୍କ ପାରଦର୍ଶିତା ବୃଦ୍ଧି ଓ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ନୂଆ ଓଡିଶା ଯୁବ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଅୟୋଜନ କରାଯାଉଛି ଏବଂ ଜିଲ୍ଲାର ୩୫ ଗୋଟି କଲେଜ୍ ରୁ ୧୦ ହଜାର ଛାତ୍ର ଛାତ୍ରୀ ଯୋଗ ଦେଇ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଅନେକ ଇଭେଣ୍ଟର ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ। ଉଦ୍ଘାଟନୀ ଉତ୍ସବ ପରେ ଡଃ ବି ବି ସ୍ୱାଇଁ ଛାତ୍ର ଛାତ୍ରୀ ଙ୍କୁ ମୋଟିଭେଶନ କରିବା କାର୍ଯ୍ଯକ୍ରମ ରହିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ବିଭିନ୍ନ କଳାକାର ଟ୍ରୁପଙ୍କ ଦ୍ଵାରା ଦିନ ସାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ନାଚ ଗୀତର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ। ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ର ସୂ -ବ୍ୟବସ୍ଥା କରାଯାଇଥିବା ନେଇ ଏସପି ପଣ୍ଡା ସୂଚନା ଦେଇଥିଲେ। ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ବିଜେତା ଗ୍ରୁପକୁ ୩୦ ହଜାର ଟଙ୍କା କେଶ ପ୍ରାଇଜ, ଦ୍ଵିତୀୟ ବିଜେତା ଗ୍ରୁପକୁ ୨୦ ହଜାର ଓ ତୃତୀୟ ଗ୍ରୁପକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.