ରଏନଗୁଡା ହାଇସ୍କୁଲର କ୍ରୀଡା ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଗତ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ମହୋତ୍ସବ ଗୁରୁବାର ଉଦଯାପିତ ହୋଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନାରାୟଣ ଧଳଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଆମପାଣି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ବୈଚନ୍ଦ୍ର ବେଶ୍ରା, ସମ୍ମାନିତ ଅତିଥି ଭାବେ ଜବାହର ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ବଡ଼ପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ, ସିଆରସିସି ସୁମନ୍ତ କୁମାର ପାଢ଼ୀ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକ, ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସଞ୍ଜୟ ପଣ୍ଡା, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ମହୋତ୍ସବରେ ଛାତ୍ରଛାତ୍ରୀ ମାନେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦୌଡ, ସର୍ଟଫୁଟ ଥ୍ରୋ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କୃତିତ୍ୱ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ନାଟକ ‘ଆସ ଆମେ ପାଠ ପଢିବା’ ନାଟକଟି ଦର୍ଶନଙ୍କ ମନକୁ ଛୁଇଁ ଯାଉଥିଲା। ବିଭିନ୍ନ କ୍ରୀଡାକୁ ଶିକ୍ଷକ ଶୋଳପାଣି ଦାସ ଓ କପିଳେନ୍ଦ୍ର ସିଂହ ପରିଚାଳନା କରିଥିଲେ। ମଞ୍ଚକୁ ଶିକ୍ଷକ ଲଷ୍ମୀଧର ସେନାପତି ଓ ପ୍ରସାନ୍ତ ସାହୁ ପରିଚାଳନା କରିଥିଲେ। ସ୍କୁଲ କର୍ମଚାରୀ ଶତ୍ରୁଘନ ପୂଝାରୀ, ନୀଳାମ୍ବର ଶବର, ଭରତ ବେମାଲ, ନୀଳାମ୍ବର ପୂଝାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.