ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଳା କୋକସରା ଥାନା ମୋଟେର ଫାଣ୍ଡି ଅଧିନସ୍ଥ ଚାରବାହାଲରେ ଜୈନେକ ଚାଷୀଙ୍କ ଧାନ ଖାରିରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସୂଚନା ଅନୁସାରେ, ଚାରବାହାଲ ଗ୍ରାମର ମହେନ୍ଦ୍ର ପରାଭୋଏଙ୍କ ୨ ଏକର ଚାଷ ଜମିକୁ ହରିଶଙ୍କର ବାଗ ଭାଗଚାଷୀ ଭାବରେ ଚାଷ କରିଥିଲେ। ଧାନ କାଟି ଧାନ ବିଡାକୁ ଖାରିକରି ଥ୍ରେସରରେ ଅମଳ ପାଇଁ ସାଇତି ରଖିଥିଲେ। କୌଣସି ଦୁର୍ବୁତ୍ତ ବୁଧବାର ରାତିରେ ଧାନବିଡାରେ ନିଆଁ ଲଗେଇ ଦେଇଥିବା ସକାଳୁ ଦେଖି ବହୁ ଚିନ୍ତାରେ ଅଛନ୍ତି। ଏନେଇ ମୋଟେର ଫାଣ୍ଡିରେ ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ମୋଟେରେ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।