ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‍ଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ୱାସ୍ଥ୍ୟଯତ୍ନ ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ଗ୍ରୀନଫିଲ୍ଡ ରିଫାଇନାରୀ ଆଦିତ୍ୟ ଆଲୁମିନା ଚଳିତ ମାସ ୨୧ ତାରିଖରେ କଂସାରୀଗୁଡା ଅଞ୍ଚଳରେ ଏକ ଗ୍ରାମ୍ୟ ସ୍ୱାସ୍ଥ୍ୟ ଦାତବ୍ୟ ଚିକିତ୍ସାଳୟ- ନିରୋଗଶାଳା ଉଦ୍‍ଘାଟନ କରିଛି। ନିରୋଗଶାଳାକୁ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଆଦିତ୍ୟ ଆଲୁମିନା ଏବଂ ଉତ୍କଳ ଆଲୁମିନା, ପାରିପାର୍ଶ୍ୱିକ ଗ୍ରାମଗୁଡିକର ଅଧିବାସୀଙ୍କ ଉପସ୍ଥିତିରେ ଉଦ୍‍ଘାଟନ କରିଥିଲେ।ନୂଆକରି ସ୍ଥାପନ କରାଯାଇଥିବା ଏହି ସ୍ୱାସ୍ଥ୍ୟଯତ୍ନ ସୁବିଧା ଜନସାଧାରଣଙ୍କୁ ସେମାନଙ୍କ ଅଞ୍ଚଳରେ ଚବିଶ ଘଣ୍ଟିଆ ପ୍ରାଥମିକ ସ୍ୱାସ୍ଥ୍ୟଯତ୍ନ ସେବାଗୁଡିକ ଯୋଗାଇଦେବା ଲକ୍ଷ୍ୟ ରଖିଛି। ଏହି ଅବସରରେ ପ୍ରକାଶ କରି ମଜହର ବେଗ୍‍ କହିଥିଲେ, “ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ନିରୋଗଶାଳା ପ୍ରତିଫଳିତ କରୁଛି। ନିରୋଗଶାଳା ସହିତ ଏକ ଆମ୍ବୁଲାନ୍ସ ସଂଯୁକ୍ତ ହେବ ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କ ଜରୁରୀ ସ୍ୱାସ୍ଥ୍ୟଗତ ସମୟରେ ସେବା ଯୋଗାଇବାକୁ ଉତ୍ସର୍ଗୀକୃତ ରହିବ। ଆବଶ୍ୟକତା ଆଧାରରେ ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଆମର ଓଷାପଡ ହସପିଟାଲକୁ ସ୍ଥାନାନ୍ତର କରାଯିବ।” “ଗୋଷ୍ଠୀ ବିକାଶ ଦିଗରେ ଆମ ପ୍ରତିବଦ୍ଧତା କ୍ଷେତ୍ରରେ ଏହା ଏକ ଆରମ୍ଭ ହୋଇଛି। ଆଗକୁ ଆଦିତ୍ୟ ଆଲୁମିନା ସ୍ୱାସ୍ଥ୍ୟଯତ୍ନ, ଶିକ୍ଷା, ଜୀବିକା ଉପାର୍ଜନ, ଗ୍ରାମ୍ୟ ଭିତ୍ତିଭୂମି ଆଦି କ୍ଷେତ୍ରରେ ବହୁବିଧ ସିଏସ୍‍ଆରକୁ ପୃଷ୍ଠପୋଷକତା କରି ଜନସାଧାରଣଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଅବଦାନ ରଖିବ” ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଗ୍ରାମବାସୀ ଉପସ୍ଥିତ ରହି ଏହି ମହତ୍‍ ଉଦ୍ଦେଶ୍ୟ ନିମନ୍ତେ ଆଦିତ୍ୟ ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.