ବ୍ଲକ ସ୍ତରୀୟ ନୂଆ- ଓ କ୍ରୀଡା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ପକ୍ଷରୁ ନୂଆ-ଓ ପ୍ରତିଯୋଗିତା କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଫାଇନାଲ ପ୍ରତିଯୋଗିତା ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ନୂଆପଡା ବ୍ଲକର ସର୍ବମୋଟ ୧୦୬ଟି ଦଳ ୫ଟି ଇଭେଣ୍ଟ ଯଥା କବାଡି, ଖୋ ଖୋ, ଭଲି ବଲ, କ୍ରିକେଟ ଓ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ। କେବଳ ଖୋ ଖୋ ଏବଂ କବାଡି ଖେଳ ରେ ମହିଳା ଦଳ ଅଂଶ ଗ୍ରହଣ କରିଥିଲେ। ତେବେ ନୂଆପଡା ବିଡ଼ିଓ ବିପିନ ବିଭାରୀ ଦୀପ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କ୍ରୀଡା ଉତ୍ସବର ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିନିଧି ଜୟ ଢୋଲକିଆ, ସମ୍ମିଳନୀ ଅତିଥି ଭାବେ ନୂଆପଡା ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥି, ଯୁବ ଆଇନଜୀବି ଧନୀରାମ ସାହୁ, ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ପରିଷଦ ସଭ୍ୟ ଉମା ଠାକୁର,ବେଲଟୁକୁରୀ ସମିତିସଭ୍ୟ ନୀଳକମଲ ଚନ୍ଦ୍ରକାର, ଧରମବନ୍ଧା ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, ସାରବଙ୍ଗ ସମିତି ସଭ୍ୟ ଜାଗୃତି ସାହୁ, ସାଲିହା ସରପଞ୍ଚ ଶମ୍ଭୁଲାଲ ସାହୁ, ସାହିପଲା ସମିତି ସଭ୍ୟ ନମିତା ବିଶ୍ୱାଳ, ଡ଼ୁମେରପାଣି ସମିତି ଚୂରନଲାଲ ସାହୁ, ଆମସେନା ଗୌରୀ ଚୌହାନ, ଗୋଡ଼ଫୁଲା ସମିତି ସଭ୍ୟ ପ୍ରତିନିଧି ରବି ବାଗ ପ୍ରମୁଖ ମଂଚାସୀନ ଥିଲେ। ତେବେ ଏହି ପ୍ରତିଯୋଗିତାରେ ସମସ୍ତ ବିଭାଗରେ ପ୍ରଥମ ପୁରସ୍କାର ୨୦ ହଜାର ଟଙ୍କା, ଦ୍ଵିତୀୟ ପୁରସ୍କାର ୧୫ ହଜାର ଟଙ୍କା ଏବଂ ତୃତୀୟ ଓ ଚତୁର୍ଥ ପୁରସ୍କାର ୧୦ ହଜାର ଟଙ୍କା ରଖାଯାଇଥିବାର ସୂଚନା ରହିଛି। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁମାନେ ୧୦ କି ମି ଦୂରରୁ ଖେଳିବା ପାଇଁ ଆସିଥିଲେ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ଯିବାଆସିବା ଖର୍ଚ୍ଚ ମଧ୍ୟ ପ୍ରଶାସନ ପକ୍ଷରୁ ବହନ କରାଯାଇଥିଲା। ତେବେ କ୍ରିକେଟ ଫାଇନାଲରେ ପଲସାଗୁଡା ଓ କେ ଆର ସି ଏ ଖରିଆର ରୋଡ ମଧ୍ୟରେ ଖେଳାଯିବାର ଥିବା ବେଳେ ତୃତୀୟ ସ୍ଥାନରେ ଅମୋଦି ଦଳ ଓ ଚତୁର୍ଥ ସ୍ଥାନରେ ଡି ଜେ ଟାନୱାଟ ଦଳ ପହଂଚି ପାରିଛି। ସେହିପରି ଫୁଟବଲ ଖେଳ ଫାଇନାଲ ମ୍ୟାଚ ଡି ଏଫ ଏ ଜୁନିଅର ଦଳ ଓ ଡି ଏଫ ଏ ଦଳ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଭଲି ବଲ ଖେଳରେ ଦର୍ଲିମୁଣ୍ଡା ଦଳ ଚାମ୍ପିଯାନ ହୋଇଥିବା ବେଳେ ଆଇ ପି ସି ନୂଆପଡା ଦ୍ଵିତୀୟ, ଧରମବନ୍ଧା ଟାଇଗର ତୃତୀୟ ଓ ଏନ ଏଚ ଏସ ନୂଆପଡା ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରି ସାରିଛି। ବାଳକ ବିଭାଗ ଖୋ ଖୋ ଖେଳରେ ଏମ ପି ଜଗନ୍ନାଥ ମାଗୁରପାଣି ଦଳ ଚମ୍ପିୟାନ ହୋଇଥିବା ବେଳେ ନେସନାଲ ହାଇ ସ୍କୁଲ ନୂଆପଡା ଦଳ ଦ୍ଵିତୀୟ, ଧରମବନ୍ଧା ଥଣ୍ଡର ତୃତୀୟ ଓ କଦମେରୀ ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ବାଳିକା ବିଭାଗ ଖୋ ଖୋ ଖେଳରେ ପି ଏଚ ଏସ କୋଦୋମେରି ଦଳ ଚମ୍ପିୟାନ ହୋଇଥିବା ବେଳେ ମହାନଦୀ ୱାରିୟର ଖରିଆର ରୋଡ ଦ୍ଵିତୀୟ, ଧରମବନ୍ଧା ଥଣ୍ଡର ତୃତୀୟ,ଏମ ପି ମାଗୁରପାଣି ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରି ସାରିଛନ୍ତି। ସେହିପରି କବାଡି ବାଳିକା ବିଭାଗ ରେ ପି. ଏଚ. ଏସ କୋଦୋମେରି ଚମ୍ପିୟାନ ହୋଇଥିବା ବେଳେ ମାଗୁରପାଣି ଦ୍ଵିତୀୟ,ବୋଏରଭାଡ଼ି ତୃତୀୟ ଓ ନେସନାଲ ହାଇସ୍କୁଲ ନୂଆପଡା ଚତୁର୍ଥ ସ୍ଥାନ ଅଧିକାର କରିସାରିଛନ୍ତି।‌ ତେବେ ବାଳକ ବିଭାଗ କବାଡି ଖେଳରେ ମାଗୁରପାଣି ବ୍ଲୁ ଡାଇମଣ୍ଡ, ବିଶୋର, ସାହିପଲା ଓ ମାଗୁରପାଣି ଦଳ ସେମିଫାଇନଲ ପର୍ଯ୍ୟନ୍ତ ପହଂଚିଛନ୍ତି। ତେବେ ସମସ୍ତ ବ୍ଲକର ଚମ୍ପିୟାନ ଦଳ ଗୁଡିକ ଜିଲ୍ଲା ସ୍ତରୀୟ ଏହି ନୁଆ – ଓ ପ୍ରତିଯୋଗିତା କ୍ରୀଡା ଉତ୍ସବରେ ଭାଗ ନେବେ। ସମ୍ପୂର୍ଣ ଏହି କ୍ରୀଡା ଉତ୍ସବକୁ ପ୍ରକଶ ସାହୁ, ପ୍ରକାଶ ମିଶ୍ର, ମହତାବ ଆଡ଼ଜୁଆ, ରେଖରାମ ରାଉତ, ବିଦ୍ୟାଧର ମାଝୀ, ପ୍ରେମ ଚନ୍ଦ ସାହୁ, ମୋହନ କୁମାର ମହନ୍ତ, ଅନିଲ ରାଉତ, ସୋଭାରାମ ରାଉତ, ରାକେଶ ପଟେଲ, ବିଶି କେଶନ ବାଗ, ବାଲେଶ୍ୱର ମାଝୀ, ଏମ କୁମାର ଖରସେଲ, ରମେଶ୍ୱର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ବ୍ଲକ ପ୍ରଶାସନ ପୋଲିସ, ଅଗ୍ନିଶମ ଓ ମେଡିକାଲ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କରିବାକୁ ଉଦ୍ୟମ କରିଛି। ନୂଆପଡା ବ୍ଲକର ସି. ପି ଦେବେନ୍ଦ୍ର ମହାପାତ୍ର, ସେକସନ ଅଫିସର ଧର୍ମରାଜ ନାୟକ, ଏ ସି ପି ସତ୍ୟ ପ୍ରିୟ ପଣ୍ଡା ତଥା ସମସ୍ତ ଇଓ ଓ ଜିଆଇଏସ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.