ରୁପ୍ରାରୋଡ ମହାଲକ୍ଷ୍ମୀ ପୂଜା ଉଦଯାପିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଗତ ୧୯ ତାରିଖରୁ ଚାଲିଥିବା ରୁପ୍ରାରୋଡ  ମାଣବସା ଲକ୍ଷ୍ମୀପୂଜା ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି। ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ୩୫ ବର୍ଷ ହେଲା ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଆସୁଛି। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗଦେଇ ମହାଲକ୍ଷ୍ମୀଙ୍କ କୃପା ଭିକ୍ଷା କରିଥିଲେ। ଲଷ୍ମୀପୂଜା ପାଇଁ ପୂଜାମଣ୍ଡପ ପରିସର ମଧ୍ୟରେ ମିନା ବଜାର ସହ ଅନେଗୁଡ଼ିଏ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ରାତିରେ ରୁକୁ ସୁନାଙ୍କ ମେଲୋଡ଼ି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ରୂପ୍ରାରୋଡର ପୂର୍ବତନ କ୍ରୀଡା ଶିକ୍ଷକ ଶ୍ୟାମ ସୁନ୍ଦର ଶର୍ମା ଓ ତାଙ୍କ ସହଧର୍ମିଣୀ ସାବିତ୍ରୀ ଶର୍ମା ଦାୟିତ୍ୱ ନିର୍ବାହନ କରିଥିଲେ। ପୂଜକ ପଣ୍ଡିତ ଭବରେ ବିଷ୍ଣୁ ଚରଣ ପଣ୍ଡା ଏବଂ ଶେରଗଡ଼ର କିଶୋର ଚନ୍ଦ୍ର ନନ୍ଦ ନିୟୋଜିତ ହୋଇଥିଲେ। ପ୍ରତ୍ୟହ ସନ୍ଧ୍ୟା ଆଳତୀ ସମୟରେ ପ୍ରବଳ ଭକ୍ତ ସମାଗମ ହେଉଥିଲା। ମଧ୍ୟାହ୍ନ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥଲା। ପୂଜା କମିଟିର ସମ୍ପାଦକ ଦିନେଶ ଅଗ୍ରୱାଲ, ସୁଦୀପ୍ତ କୁମାର ସେଠୀ, ନୀରଜ ଶର୍ମା, ଦେବରାଜ ମାଝୀ, ରୋମାଞ୍ଚଳ ଡାକୁଆ, କିସନଲାଲ ଭୋଇ, ସୁଶୀଲ ମହାନ୍ତି ସହ ଅନ୍ୟ ସଦସ୍ୟ ମାନେ ପୂଜାକାର୍ଯ୍ୟ ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.