BREAKING NEWS : ନାର୍ଲା ଚାରିଛକର ମୋବାଇଲ ଜୋନରେ କଳା କନା ବୁଲାଇଲେ ଚୋର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚରିଛାକ ସ୍ଥିତ ମୋବାଇଲ ଜୋନ ଦୋକାନକୁ ସୋମବାର କଳାକନା ବୁଲାଇଛନ୍ତି ଚୋର। ପଣ୍ଡା କମ୍ପ୍ଲେକ୍ସରେ ରହିଥିବା ମୋବାଇଲ ଜୋନ ଦୋକାନରୁ ୨୦୦ରୁ ଉର୍ଦ୍ଧ୍ବ ମୋବାଇଲ (ଅନ୍ୟୁନ ୬ ଲକ୍ଷ ଟଙ୍କା) ଚୋରୀ ହୋଇଥିବା ଅନୁମାନ କରାଯାଉଛି। ଦୋକାନର ପଛ ପଟ କାନ୍ଥରେ ଗାତ ଖୋଳାଯାଇ ଚୋରୀ ହୋଇଥିବା ଦେଖିବାକୁ ମିଳୁଛି। ଆଶିଷ ଖମାରୀଙ୍କ ମୋବାଇଲ ଦୋକାନ ଚୋରୀ ଖବର ପାଇ ନର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଆଣି ତଦନ୍ତ ଚଲେଇଥିବା ବେଳେ ଅଦ୍ୟାବଧି ଚୋରକୁ ଧରି ପାରିନି ନର୍ଲା ପୋଲିସ। ଆଗଭଳି ନର୍ଲାରେ ପୋଲିସ ପେଟ୍ରୋଲିଂ ହେଉନଥିବାରୁ ଦିନକୁ ଦିନ ଚୋରୀ ରାହାଜାନୀ ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.