ଭବାନୀପାଟଣା ହିଲ ଟାଉନ ସିଭିଲ ସୋସାଇଟିର ନବମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ନିଲେଶ କୁମାର ନାଗ): ହିଲଟାଉନ ସିଭିଲ ସୋସାଇଟିର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ହିଲଟାଉନ ସ୍ଥିତ ପ୍ରଧାନ ମେରେଜ ପେଲେସ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ପୂର୍ବତନ ଉପ-ନଗରପାଳ ସବିତା ପ୍ରଧାନ, ପ୍ରତିଷ୍ଠାତା ସୋସାଇଟି ସଭାପତି ବ୍ରହ୍ମାନନ୍ଦ ସାମଲ, ମହେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟକ୍ଷତା କରିଥିଲେ ସୋସାଇଟି ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ। ବିବରଣୀ ପାଠ କରିଥିଲେ ସୋସାଇଟି ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ। କବି ସ୍ନେହଲତା ଷଡଙ୍ଗୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଜୟରାମ ଗୁରୁଜୀ ଓ ସାଥୀ। ସୋସାଇଟିର ଦିବଂଗତ ସଦସ୍ୟ ସ୍ବର୍ଗତ ଅର୍ଜୁନ ପାଣିଗ୍ରାହୀ ଓ ଲିଙ୍ଗରାଜ ବିଷୋୟୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଏ ଅବସରରେ ବରିଷ୍ଠ ନାଗରିକ ଜାକିର ହୁସେନ, ୭୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ, ପଦ୍ମଶ୍ରୀ ପଟାଏତ ସାହୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମନୋନୀତ ଗାଳ୍ପିକ ଡିଲେଶ୍ୱର ରଣା, ସଂସଦରେ ବକ୍ତୃତା ରଖିଥିବା ଅନମୋଲ ଅଙ୍କିତା, ନିଟରେ କୃତକାର୍ଯ୍ୟ ମୃତ୍ୟୁଞ୍ଜୟ ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧନ୍ୟବାଦ ଦେଇଥିଲେ ମନୋଜ କୁମାର ମୁଣ୍ଡ। ସୂଚନାଯୋଗ୍ୟ ଯେ ସୋସାଇଟି ପକ୍ଷରୁ ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ ଅନେକ ସମୟରେ ଆୟୋଜିତ ହୋଇଯାଇଛି। ସେହିପରି ସୋସାଇଟିର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରିଆସୁଛି। ବୃକ୍ଷରୋପଣ, ରକ୍ତଦାନ, ସଫେଇ ପରି ଅନେକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.