ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ସ୍ତରୀୟ “ବିକାଶ ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଗତ ୨୨/୬ ରେ ଉଦଯାପିତ ହୋଇ ସାରିଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ଅଧିନସ୍ଥ ୨୪ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସଫଳତାର ସହିତ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକଶିତ ଓଡିଶା” ବା “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଜୁନ ୧୬ ରୁ ୨୨ ଯାଏଁ ସପ୍ତାହ ବ୍ୟାପୀ ଚାଲିଥିଲା। ଏହା ୨୨ ରେ ଉଦଯାପିତ ହୋଇଯାଇଛି। ସେହିଭଳି ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଗତ ତା ୨୧/୬ ରବିବାର ଦିନଠୁଁ ଆରମ୍ଭ ହୋଇଥିଲା। ଆଜି ମଙ୍ଗଳବାର ଏହା ଉଦଯାପିତ ହୋଇଯାଇଛି। ଏହି କ୍ରମରେ ଭାନପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅନନ୍ତରାମ ମାଝୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପରିଚାଳନା କରିଥିଲେ ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସମ୍ଭୁ ହାତୀ। ଭାନପୁର ଗ୍ରାମ୍ୟ କୃଷି କିର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଗ୍ରାମ ପଞ୍ଚାୟତର ଡିଇଓ ଝାନସୀ ପଧାନ, ଏମବିକେ ସସ୍ମୀତା ଖାଡଙ୍ଗା, ୱାର୍ଡ ସଭ୍ୟ ରମେଶ କୁମାର, ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ଏଥିରୁ ଜନସାଧାରଣ କିଭଳି ଲାଭାନ୍ୱିତ ହେଉଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। କୃଷି ବିଭାଗ ତରଫରୁ ଭିଏଡବ୍ଲୁ ଶ୍ରୀମତୀ ମହାପାତ୍ର ପିଏମ କିସାନ, ସିଏମ କିସାନ ଯୋଜନା ଓ ଫାମର୍ସ ପଞ୍ଜିରଣ ଯୋଜନା ଗୁଡିକରେ ସରକାରଙ୍କ ସଫଳତା ଓ ଲାଭାର୍ଥିଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ମିଶନ ଶକ୍ତି ତରଫରୁ “ଲକ୍ଷପତି ଦିଦି” ଯୋଜନା ଉପରେ ମହିଳା ମାନେ କହିଥିଲେ। ଏମବିକେ ଶ୍ରୀମତୀ ଖାଡ଼ଙ୍ଗା ବୀମା ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏହାବାଦ ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ କହିବା ସହିତ ଲାଭାନ୍ୱୀତ ହିତାଧିକାରୀ ମାନେ ସୁଭଦ୍ରା ଯୋଜନା ପାଇଁ ସେମାନଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ସ୍ୱୟଂ ସହାୟୀକା ଗୋଷ୍ଠୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କ ଅନ୍ତୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଏବଂ ସିଏମ କିସାନ ଯୋଜନା, ସୁଭଦ୍ରା ଯୋଜନା, କାମଧେନୁ ଯୋଜନା, ଭିଭିଜି ରାମଜୀ ଯୋଜନା, ଲକ୍ଷପତି ଦିଦି ଯୋଜନା ଭଳି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ବିଷୟରେ ଉପସ୍ଥିତ ଅଧିକାରୀ ମାନେ ବିସ୍ତୃତ ଭାବରେ ବୁଝାଇଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅଙ୍ଗନୱାଡି କର୍ମି ମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗୋଟାଏ ଲେଖାଏଁ “ଏଣ୍ଡ୍ରଏଡ ମୋବାଇଲ ଫୋନ” ପ୍ରଦାନ କରିବା କାର୍ଯ୍ୟକ୍ରମକୁ ଭାନପୁର ସରପଞ୍ଚ ଶ୍ରୀ ମାଝୀ ଶୁଭାରମ୍ଭ କରିବା ସହିତ ଉପସ୍ଥିତ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରଜ ଉତ୍ସବ ପାଳନ ପୂର୍ବକ ଦୋଳି ଖେଳିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଷ୍ଟାଫ ରଘୁନାଥ ଭୋଇ, ସୁନୀଲ ଓ ସ୍ୱେଚ୍ଛାସେବୀ ଆଦିକନ୍ଦ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।





