ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯାଦବ ସମାଜର ଜଣେ ନେତୃସ୍ଥାନୀୟ ବ୍ୟକ୍ତି, ପୂର୍ବତନ ଆଞ୍ଚଳିକ ସଭାପତି ତଥା ରାକ୍ସି ଗୌନ୍ତିଆ ରାଜେନ୍ଦ୍ର ପ୍ରସାଦ ଭୋଇଙ୍କ ଏକଦଶାହ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନର୍ଲା ବ୍ଳକ ଯାଦବ ସମିତି ପକ୍ଷରୁ ତାଙ୍କ ରାକ୍ସି ସ୍ଥିତ ବାସଭବନରେ ବରିଷ୍ଠ ଯାଦବ ନେତା ଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, ପୂର୍ବତନ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜିଲ୍ଲା ଯାଦବ ମହାସଭାର ଆଇନ ପରାମର୍ଶଦାତା ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ନଳିନୀ ରଞ୍ଜନ ରାଉତ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ପିତବାସ ବେହେରା, ନର୍ଲା ବ୍ଳକ୍ ଉପସଭାପତି ମାର୍କଣ୍ଡ ଜାଲ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ପୂର୍ବତନ ବ୍ଲକ ସଭାପତି ହୃଷିକେଶ ଭୋଇ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ବରିଷ୍ଠ ଯାଦବ ଶେଷଦେବ ପୋଢ, ଭୋଳାନାଥ ଧଙ୍ଗଡାମାଝୀ, ସତ୍ୟ ନାରାୟଣ ବିଶି, ପ୍ରଦ୍ୟୁମ୍ନ ଭୋଇ, ପ୍ରଦୀପ ଧଙ୍ଗଡାମାଝୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସ୍ବର୍ଗତ ଗୌନ୍ତିଆଙ୍କ ପୁଅ ଜନକ ଓ କମଳାକାନ୍ତ, ବୋହୁ ଜାହ୍ନବୀ ଓ ଲତା, ଝିଅ ସଞ୍ଜୁ ଓ ସନ୍ଧ୍ୟା, ନାତି ନାତୁଣୀ, ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ। ନର୍ଲା ବ୍ଳକ୍ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁସୂଦନ ରାଉତ ସଭା ପରିଚାଳନା କରିଥିଲେ।





