ଖର୍ସେଲବାଞ୍ଜିରେ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଖର୍ସେଲବାଞ୍ଜି ଗାଁ ଖେଳ ପଡ଼ିଆରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ମହାଶକ୍ତି ଫାଉଣ୍ଡେସନ’ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳିତ ହୋଇଯାଇଛି | ସିଆରପି ପଦ୍ମିନୀ ଚନ୍ଦନଙ୍କ ଅଧ୍ୟକ୍ଷତା ତଥା ସିଆରପି ଅରୁଣାଞ୍ଜଳି ମାହାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ଗାୟତ୍ରୀ ପାଣି, ସାମାଜିକ କର୍ମୀ ଗୋପାଳ ଭୋଇ ଅତିଥି ଭାବେ ଯୋଗଦେଇଥିଲେ | ଏହି ଅବସରରେ ମ୍ୟୁଜିକ ଚେୟାର, ଅଖା ଦୌଡ଼ ସମେତ ବିଭିନ୍ନ ଶାରୀରିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ଅନସୂୟା ନାଗ ମହାଶକ୍ତି ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କିଶୋରୀ ବାଳିକା, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.