ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ -୨୦୨୪ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ, ସମ୍ମାନୀତ ଅତିଥି ଭାବେ ବିଧାୟକ ପଦ୍ମନାଭ ବେହେରା, ସମ୍ବଲପୁର କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପୃଥ୍ୱୀରାଜ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଉତ୍ସବକୁ ଉଦଘାଟନ କରି ସୁବର୍ଣ୍ଣପୁର ଗଡ଼ଜାତର ଐତିହ୍ୟର ପୂର୍ବତନ ଓ ବର୍ତ୍ତମାନ ଉପରେ ଆଲୋଚନା କରିବା ସହ ପାଲା, ଦଣ୍ଡ ନୃତ୍ୟ ତଥା କଳା ସଂସ୍କୃତି ପର୍ଯ୍ୟଟନ ଦେଶ ବିଦେଶର ଲୋକଙ୍କୁ ଆକୃଷ୍ଟ କରିଛି ବୋଲି କହିଥିଲେ। ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାକୁ କବି ପ୍ରଦ୍ୟୁମ୍ନ ସାହୁ ସଂଯୋଜନା କରିଥିବା ବେଳେ ଏଡିଏମ ଅଞ୍ଜଲିନା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳାକୁ ସମସ୍ତ ଅତିଥି ବୁଲି ଦେଖିଥିଲେ। ସାଂସ୍କୃତିକ ସଂଧ୍ୟାରେ ଜିଲ୍ଲା ତଥା ବିଭିନ୍ନ ଜିଲ୍ଳା ସମ୍ବଲପୁରର ରଙ୍ଗ ଫରୁଆ, କଳାହାଣ୍ଡିର ଘୁଡୁକା, ଗଞ୍ଜାମର ପଶୁ ନୃତ୍ୟ, ସୋନପୁରର ପଏଁରୀ, ତଥା ରାଜ୍ୟର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତକୁ ଉପଭୋଗ କରିଥିଲେ। ଶତ୍ରୁଘ୍ନ ଲୁହା ଓ ଉମେଶ କୁମ୍ଭାର ଙ୍କ ନିର୍ଦ୍ଦେଶନାରେ ଭୀମଭୋଇ କଳା ପରିଷଦର କଳାକାର ମାନଙ୍କ ଦ୍ବାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା। ସେହିପରି ସକାଳ ୧୦ଟାରେ ଇଷ୍ଟଦେବୀ ମା ସୁରେଶ୍ବରୀ ଙ୍କ ପାଖରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଥିଲା ଜିଲ୍ଲାପାଳ ବିମଳେନ୍ଦୁ ରାଏ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ଏହି ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରାମେଶ୍ଵର ଷ୍ଟାଡିୟମରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଏଡିଏମ ଅଞ୍ଜଳିନା ପଧାନ, ଜିଲ୍ଲା ପରିଷଦ ଅଧିକାରୀ ଅଶ୍ୱିନୀ ମେହେର, ପିଡି ଡୂଡ଼ା ବିଶ୍ବନାଥ ବାରିକ୍, ଉପ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଗଦାଧର ବାରିକ୍, ଲଡୁ କିଶୋର ମଲ୍ଲିକ, ଗୋବିନ୍ଦ ମାହାଣା, ଶେଷଦେବ ମେହେରଙ୍କ ସମେତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ ,ସରକାରୀ କର୍ମଚାରୀ, ସଂସ୍କୃତି ପ୍ରେମୀ, ମିଡ଼ିଆ, ବୁଦ୍ଧିଜୀବୀଙ୍କ ସମେତ ଶହ ଶହ କଳାକାର, ସାମାଜିକ ଅନୁଷ୍ଠାନ ସାମିଲ ହୋଇଥିଲେ। କଳାକାର ମାନେ ଶୋଭାଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ। ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପୂଜା ଆରାଧନା କରାଯିବା ପରେ ମହୋତ୍ସବର ମଶାଲ ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା ସଂସ୍କୃତି ପରିଷଦ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବାକୁ ଥିବାବେଳେ ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପାଞ୍ଚ ଦିନ ବ୍ୟାପି ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.