ଚିନ୍ମୟ ବଗର୍ତ୍ତୀଙ୍କ ଅକାଳ ବିୟୋଗ: ବିଜେପୁରରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ଼ ବ୍ଲକ ବିଜେପୁର ଗାଁର ପ୍ରତିଭାଦୀପ୍ତ, ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ, ଉଦୟମାନ ଯୁବକ ଚିନ୍ମୟ ବଗର୍ତ୍ତୀଙ୍କ ଅକାଳ ବିୟୋଗ ହୋଇଯାଇଛି। ମୃତ ବେଳକୁ ତାଙ୍କୁ ୨୪ ବର୍ଷ ବୟସ ହୋଉଥିଲା। ସେ ଟିପିଡବ୍ଲୁଓଡିଏଲ ବିଭାଗର ଜଣେ କର୍ମଚାରୀ ଥିଲେ। ବିଜେପୁର ଜୟ ଜଗନ୍ନାଥ କ୍ରିକେଟ କମିଟିର ଜଣେ ଅଗ୍ରଣୀ କାର୍ଯ୍ୟକର୍ତ୍ତା ତଥା ଅଞ୍ଚଳରେ ହେଉଥିବା ସମସ୍ତ ପୂଜା ପାର୍ବଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସେବା କାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ। ବିଜେପୁର ସ୍ଥିତ ତେଲ ନଦୀ ପଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର କାକା ଗତିକୃଷ୍ନ ବଗର୍ତ୍ତୀ ମୁଖାଗ୍ନୀ ଦେଇଥିଲେ। ଏହି ସମୟରେ ଭାଇ ସୌମ୍ୟ ବଗର୍ତ୍ତୀ, ପିନୁ ବଗର୍ତ୍ତୀ, ଚିନୁ ବଗର୍ତ୍ତୀ ଏବଂ କାକା ଶରତ ବଗର୍ତ୍ତୀ, ବିକ୍ରମ ବଗର୍ତ୍ତୀ, ବିଟୁ ବଗର୍ତ୍ତୀ, ସନତ ବଗର୍ତ୍ତୀ ସୁନୀଲ ବଗର୍ତି, ଅଶୋକ ବଗର୍ତି, ପାଣ୍ଡଵ ବଗର୍ତି, ବିକାଶ ବେହେରା, ଶିବୁଲ ବଗର୍ତି, ଅଭିମନ୍ୟୁ ବଗର୍ତି, ନାରାୟଣ ବଗର୍ତି, ମତି ବଗର୍ତି, କେଦାର ଖରସେଲ, ଅଭିମନ୍ୟୁ ବିଶି, ଟୁଲୁ ଖରସେଲ, କୁବେର ବଗର୍ତି, ବିସିକେଶନ ପୋଢ଼, ଗୋପାଳ ସାହୁ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଜେପୁର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.