ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତୀୟ ରେଡକ୍ରସ୍ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖା ତରଫରୁ ଯୁବ ରେଡକ୍ରସ୍ , ଜୁନିଅର ରେଡକ୍ରସ୍ ତଥା କଳାହାଣ୍ଡି ଜିଲ୍ଲା ରେଡକ୍ରସ୍ ଶାଖାର ସହଯୋଗରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତରେ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ରିଲିଫ୍ ସାମଗ୍ରୀ ଯଥା କିଚେନ୍ ସେଟ୍, ସାନିଟାରୀ କିଟ୍, କମ୍ବଳ, ବାଲଟି, ମଗ ଓ ତାରପୋଲିନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅତ୍ୟନ୍ତ ଅସହାୟ ଲୋକ ମାନଙ୍କ ପାଇଁ ରେଡକ୍ରସ୍ ର ଏଭଳି ମହନୀୟ ଆୟୋଜନ ଯୁଗାନ୍ତକାରୀ ଓ ସ୍ବାଗତ ଯୋଗ୍ୟ ବୋଲି ମତବ୍ଯକ୍ତ କରିଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ରଜନୀ ବୁଦ୍ଧିଆ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ସାହା, ସୁଧୀର ଚୈତନ୍ୟ, ସମାଜସେବୀ ପ୍ରଭାତ କୁମାର ଦାଶ, ଉଦ୍ଧବ ଚରଣ ସାହୁ, ଭୀମସେନ ମୁଣ୍ଡ୍ ,ମାରୱାଡ଼ି ଯୁବାମଞ୍ଚ ଜୁନାଗଡ଼ର କର୍ମକର୍ତ୍ତା ପ୍ରଣବ ଗୋଏଲ, ଯୁବ ସଂଗଠକ ସଞ୍ଜୀବ ଠାକୁର୍, ମୂରଲୀ ଧର ସାହୁ, ଅଜୟ ମାଝୀ, ଗୋକୁଳ ଧରୁଆ, ସଞ୍ଜୟ ସୁନାନୀ, କୃଷ୍ଣା ଖେମକା , ବରିଷ୍ଠ ଅଧ୍ୟାପକ ସୁରେନ୍ଦ୍ର କୁମାର ଭୋଇ, ସୁଜନ ଅଘରିଆ,ଯୁବ ରେଡକ୍ରସ୍ ପରାର୍ମଶଦାତା ଭବାନୀ ଶଙ୍କର ପଣ୍ଡା, ଅଧ୍ୟାପକ ଡ. ନୃସିଂହାନନ୍ଦ ସାସମଲ, ରେଡକ୍ରସ୍ ର ଆଜୀବନ ସଦସ୍ୟ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ସାମିଲ୍ ଥିଲେ। ଏହି କାର୍ଯ୍ୟକ୍ରମରେ ରେଙ୍ଗସାପାଲି ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର, ସଂକ୍ରିପାଲି, ପିତାଗୁଡ଼ା, ବୋଦେଲପାଲି, ପଣସପୁର, କର୍ପା, ନୁଆମୁଣ୍ଡା, କାର୍ଲି ଓ କର୍ମାଟ ଗ୍ରାମର ତିନି ଶହରୁ ଉର୍ଦ୍ଧ୍ବ ଗରୀବ ଅସହାୟ ଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଓ ରେଡକ୍ରସ୍ ଆଜୀବନ ସଦସ୍ୟ ଅବିନାଶ ମୁଣ୍ଡ ପରିଚାଳନା କରିଥିଲେ। ସେମେଲିଆନ୍ ମହାବିଦ୍ୟାଳୟ , ଚିଚିଆର ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ଛାତ୍ର ମାନେ ଏହି ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପ୍ରକାଶ ଯେ, ଗତ ମାସରେ ଥୁଆମୂଳ ରାମପୁରର ତଲଝାପି ଗ୍ରାମ ପଞ୍ଚାୟତ ଓ ଜୟପାଟଣା ବ୍ଲକର ଧନସୁଲି ଗ୍ରାମ ପଞ୍ଚାୟତର ଅସହାୟ ଗରିବ ଲୋକଙ୍କ ମଧ୍ୟରେ ରେଡକ୍ରସ୍ ତରଫରୁ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।