ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁରର ବହୁ ପୁରାତନ ଶ୍ରୀରାମ ମନ୍ଦିରରେ ଭବ୍ୟ ଭାବରେ ଶ୍ରୀରାମ ଲାଲାଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହେଇଛି। ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଣୁ ବାଗପୁର ଶ୍ରୀରାମ ମନ୍ଦିରରେ ମନ୍ଦିର ପରିଚାଳନା ସମିତିର ସଭାପତି ଚୁଡ଼ାମଣି ମାଝୀଙ୍କ ନେତୃତ୍ଵରେ ଓ ସରପଞ୍ଚ ଗୋପାଳ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀରାମ ପୂଜନ କାର୍ଯ୍ଯ ଅନୁଷ୍ଠିତ ହେଇଥିଲା। ଏଥିରେ କର୍ତ୍ତା ଭାବରେ ଜଗଦିଶ ସାହୁ ଦମ୍ପତି ଦାୟିତ୍ୱ ନିର୍ବାହନ କରିଥିବା ବେଳେ ପୂଜକ ପଣ୍ଡିତ ଭାବରେ ରଥ ପାଢ଼ୀ ପୂଜନ କାର୍ଯ୍ଯ ସମ୍ପାଦନ କରିଥିଲେ। ମନ୍ଦିରରେ ସକାଳ ୭ ଘଣ୍ଟାରୁ ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। ମନ୍ଦିର ମୁଖଶାଳାରେ ଶ୍ରୀରାମଙ୍କ ଫଟୋ ସ୍ଥାପନା କରି ମହିଳା ଭକ୍ତ ମାନେ ଶହ ଶହ ସଂଖ୍ୟାରେ ଦୀପ ବସାଇଥିଲେ। ମନ୍ଦିର ଭିତରେ ପୂଜକ ପଣ୍ଡିତ କର୍ତ୍ତାଙ୍କୁ ନେଇ ପୂଜନ କାର୍ଯ୍ଯ ସମ୍ପାଦନ କରିଥିଲେ। ଦ୍ବିପହରରେ ସାମୁହିକ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ ସଂସ୍କାର ଧର୍ମି ମନୋରଞ୍ଜନର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀ ମାନଙ୍କ ମଧ୍ୟରେ ରଥ ବାଗ, ଧବଳେଶ୍ଵର ପୋଡ଼, ରିମାଞ୍ଚାଳ ସାହୁ, ତେଜରଜ ସାହୁ, ଭୁବନେଶ୍ୱର ବାଗ, ମନ ସାହୁ, ରିଙ୍କୁ ଚନ୍ଦନ, ବସନ୍ତ ବଗର୍ତ୍ତି, ଜିତେନ୍ଦ୍ର ହାତୀ, କ୍ଷମସାଗର ସାହୁ, ଅଭିମନ୍ୟୁ ପାଢ଼ୀ, ଜଗଦିଶ ସାହୁ, ପରାଶର ସାହୁ, ପିତାମ୍ବର ସାହୁ, ଜନେକ୍ ଗଡତିଆ, ରବି ସାହୁ, ନୃପରାଜ୍ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।