ଶ୍ରୀରାମଲାଲା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ବିଶ୍ଵନାଥପୁର ଠାରେ ବିଶାଳ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବ ମୁଖର ହୋଇଉଠିବା ବେଳେ ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବାଦ ପଡ଼ିନାହିଁ। ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳନ କରାଯାଉଛି। ତେବେ ବିଭିନ୍ନ ସ୍ଥାନରେ ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ସହର। ଆଜି ଜିଲ୍ଲାର ବିଶ୍ଵନାଥପୁର ଠାରେ ଶ୍ରୀରାମ ବାହିନୀ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବିଶ୍ଵନାଥପୁର ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ବିଶ୍ଵନାଥପୁର ସହର ପରିକ୍ରମା କରିବା ସହ ଦୀର୍ଘ ୧୦ କିଲୋମିଟର ଚମ୍ପାଦେଇପୁର ପଞ୍ଚାୟତ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ପହଞ୍ଚିଥିଲା। ସେହିପରି ଲାଞ୍ଜିଗଡ଼, ବକଟପୁର, ମୂଷାନାଲ ଠାରେ ମଧ୍ୟ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.