ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ଏକ ବଡ଼ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି 

ଓଡ଼ିଆ ବାର୍ତ୍ତା/ ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି । ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ, ଆମ ସରକାର ଏକ କୋଟି ଘର ଉପରେ ରୁଫ୍‌ଟପ୍ ସୋଲାର ସ୍ଥାପନ କରିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହା କେବଳ ଗରିବ ଏବଂ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ ହ୍ରାସ କରିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବ । ପ୍ରଧାନମନ୍ତ୍ରୀ ମୋଦି ସୋମବାର ତାଙ୍କ ଅଫିସିଆଲ ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଙ୍କ ଆଲୋକରୁ ଦୁନିଆର ସମସ୍ତ ଭକ୍ତ ସଦୈବ ଶକ୍ତି ପାଆନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରତିମାକୁ ଏକ ନୂତନ ଯୁଗର ଆଗମନର ପ୍ରତୀକ ବୋଲି କହିଛନ୍ତି ଏବଂ ଆଗାମୀ ୧୦୦୦ ବର୍ଷ ପାଇଁ ଏକ ଶକ୍ତିଶାଳୀ, ମହାନ ତଥା ଦିବ୍ୟ ଭାରତର ମୂଳଦୁଆ ପକାଇବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.