ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ନେତାଜୀ କ୍ଳବ ଧନସୁଲି ଆନୁକୁଲ୍ୟରେ ବିଶାଳ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବ ମୁଖର ହେଇଥିବା ବେଳେ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମ ମଧ୍ୟ ବାଦ୍ ପଡ଼ିନାହିଁ। ଏହି ଅବସରରେ ନେତାଜୀ କ୍ଳବ୍ ଧନସୁଲି ଆନୁକୁଲ୍ୟରେ ବିଶାଳ ଶୋଭାଯାତ୍ରା କ୍ଳବର ସଭାପତି ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଭଜନ କୀର୍ତ୍ତନ ସହିତ ବିଶାଳ ଶୋଭାଯାତ୍ରା ନେତାଜୀ କ୍ଳବରୁ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା। ଜୟ ଶ୍ରୀରାମ ଧନ୍ବୀ ଧନସୁଲି ଗ୍ରାମ ପ୍ରକମ୍ପିତ ହୋଇଥିଲା। ପରେ ପରେ ଅଯୋଧ୍ୟାରୁ ପ୍ରସାରିତ ହେଉଥିବା ଧାରା ବିବରଣୀକୁ ଶ୍ରଦ୍ଧାଳୁମାନେ ଉପଭୋଗ କରିଥିଲେ। ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏହି ଉତ୍ସବଟିକୁ ନେତାଜୀ କ୍ଳବ ସମ୍ପାଦକ ଗୋପାଳ କ୍ରିଷ୍ଣା ବେହେରା, ଶଶାଙ୍କ ବେହେରା, ଚିନ୍ମୟ ସାହୁ, ହୋମେଶ ବେହେରା, ଲଲାଟ କେଶରୀ ବେହେରା, ଅମିତ କୁମାର ସାହୁ, ଦୁଷ୍ମନ୍ତ ସାହୁ, ତଥା ଡ୍ରାଇଭର ମହାସଂଘ ଏବଂ ରାମ ସେନା ଧନସୁଲି ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.