ଯୋଗାଳୟ ଠାରେ ପ୍ରାକ୍ତନ ଜିଲ୍ଲାପାଳ ଓ ଏଡିଏମଙ୍କୁ ବିଦାୟ ସମ୍ୱର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୋନପୁର ସ୍ଥିତ ଶ୍ରୀ ଗୋପାଳଜୀ ତଡ଼ିତ ମନ୍ତ୍ର ଶ୍ୱାସ ଯୋଗାଳୟ ଠାରେ ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ଯୋଗାଳୟ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଧନା ସଭାରେ ସମ୍ବର୍ଦ୍ଧିତ କରଯାଇଥିଲା। ସଂଗଠନ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଏଥିରେ ସ୍ୱଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ, ପଏଁରି, ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ଶ୍ରୀ ରାୟ ଓ ଶ୍ରୀ ଦାଶ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ଦୀର୍ଘମୟ ସୁଖମୟ କାମନା କରିଥିଲେ। ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଏନସିସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲା, ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ, କବି ସୁଦାମ ନାଏକ, ମନୋଜ୍ ପଣ୍ଡା, ମନୋରଂଜନ ତ୍ରିପାଠୀ, ଲଡୁ କିଶୋର ମଲ୍ଲିକ, ମହାଦେବ ମଲ୍ଲିକ, ବୈକୁଣ୍ଠ ଶତପଥି ପ୍ରମୁଖ ସହରର ବହୁ ବୁଦ୍ଧିଜିବୀ ସଚେତନ ନାଗରିକ ଜିଲ୍ଲା ପ୍ରତି ଥିବା ଶ୍ରୀ ରାୟ ଓ ଶ୍ରୀ ଦାଶ ଙ୍କ ଅବଦାନ ଉପରେ ବର୍ଣ୍ଣନା କରିଥିଲେ। ଆଇନଜିବୀ ପ୍ରଦୀପ ପୁରୋହିତ ସଭା ସଂଯୋଜନା କରି ସୂର୍ଯ୍ୟ ଅସ୍ଥ ହେଲେ ପୁଣି ଉଦୟ ହୋଇଥାଏ ବୋଲି ମତ ରଖିଥିଲେ। ସୁଦାମ ନାଏକ ଶ୍ରୀ ବିମଳ ରାୟ ଙ୍କୁ ଚନ୍ଦ୍ର ର ଆଖ୍ୟା ଦେଇ ବର୍ଣ୍ଣନା କରି ଜିଲ୍ଲା ଉପରେ ଉଭୟ ସୂର୍ଯ୍ୟ ଚନ୍ଦ୍ରଙ୍କ ରଶ୍ମି ର କିରଣ ନିଶ୍ଚୟ ପଡ଼ିବ ବୋଲି କହିଥିଲେ। ଯୋଗାଳୟର ବରିଷ୍ଠ ସଦସ୍ୟ ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସନ୍ତୋଷ ପାଢ଼ୀ, ହରିହର ଶତପଥି ପ୍ରମୁଖ ମଞ୍ଚାସିନ ସମସ୍ତ ଅତିଥି ବିଭିନ୍ନ ମତ ରଖିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳ ଓ ଏଡିଏମ ଉଭୟଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ବିଦାୟ ସମ୍ବର୍ଧନା ଜ୍ଞାପନ କରଯାଇଥିଲା। ଏ ଜିଲ୍ଲାର ଲୋକଙ୍କ ଆଚାର ବ୍ୟବହାର ଓ ସମଗ୍ର ପରିବେଶ ଭାବଗତ ସମ୍ପର୍କ କୁ କେବେ ଭୁଲି ହେବନି ବୋଲି ଶ୍ରୀ ରାୟ ଓ ଦାଶ ମତ ରଖିଥିଲା ବେଳେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.