ଉତ୍କଳ ଆଲୁମିନା ପକ୍ଷରୁ ଚନ୍ଦ୍ରଗିରିରେ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ଗୋଷ୍ଠୀ କଲ୍ୟାଣ ନିମନ୍ତେ ତାହାର ପ୍ରତିବଦ୍ଧତାର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର ଚନ୍ଦ୍ରଗିରି, କାଶୀପୁର ଠାରେ ପୁନରୁତ୍‍ଥାନ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍‍ ସହଯୋଗିତାରେ ୨୦୨୪ ଜାନୁଆରୀ ୨୯ରେ ଏକ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶେଷଜ୍ଞ ଟିମ୍‍ ନିକଟରୁ ସ୍ପେଶାଲିଟି ଡାକ୍ତରୀ ପରାମର୍ଶ ଯୋଗାଇଦେବା ଏହି ଶିବିର ଆୟୋଜନର ଲକ୍ଷ୍ୟ ଥିଲା। ଏହା ସେମାନଙ୍କର ବହୁବିଧ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ସହିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଯତ୍ନକୁ ପ୍ରୋତ୍ସାହିତ କରିବ ଏବଂ ତାହାସହିତ ଏକ ସୁସ୍ଥ ଜୀବନଶୈଳୀକୁ ଆଗେଇନେବା ଦିଗରେ ସଚେତନତା ସ୍ତର ବୃଦ୍ଧି କରିବ।

Udyog Nursery
Udyogi Nursery

ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ପାରିପାର୍ଶ୍ଵିକ ୩୨ଟି ଗ୍ରାମରୁ ମୋଟ ୬୪୬ ଜଣ ରୋଗୀ ଚକ୍ଷୁ, ସ୍ତ୍ରୀ ରୋଗ, ଚର୍ମ, ଶିଶୁ ରୋଗ ଓ ଭେଷଜ ଆଦି ସମେତ ବହୁ ବିଭାଗରେ ମଲ୍‍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟସେବାର ସୁଯୋଗ ଲାଭ କରିଥିଲେ। ତାହା ସହିତ ସେମାନେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପାଞ୍ଚଜଣ ଅଭିଜ୍ଞ ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ପି. ନାୟକ, ଆଇଆଇସି କାଶୀପୁର, ନେତ୍ରାନନ୍ଦ ନାୟକ, ସିଏଚ୍‍ସି କାଶୀପୁର, ସୁନି ଲରୟ, ସରପଞ୍ଚ ଏବଂ ଗୋଷ୍ଠୀ ନେତୃବୃନ୍ଦ ଉପସ୍ଥିତ ଥିଲେ। ମନୋଜ ଦାସ, ଡିଏଚ୍‍ ସିଏସ୍‍ଆର ମାଇନ୍ସ ଏବଂ ତାଙ୍କର ସିଏସ୍‍ଆର ଟିମ୍‍ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହିଭଳି ପ୍ରୟାସଗୁଡିକ ଜରିଆରେ ଉତ୍କଳ ଆଲୁମିନା ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀସମୂହ, ବିଶେଷକରି ନିୟମିତ ସ୍ୱାସ୍ଥ୍ୟସେବାର ସୁଯୋଗ ନେବା କ୍ଷେତ୍ରରେ ଚାଲେଞ୍ଜ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କର ସାମଗ୍ରିକ କଲ୍ୟାଣ ପ୍ରତି ଅବଦାନ ରଖିବାକୁ ପ୍ରୟାସ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.