କୋକସରା ବ୍ଲକରେ ଓଡ଼ିଆ ଭାଷା ସମ୍ମିଳନୀ

ଭାଷା ଅତୀତର ଅସ୍ଥିତ୍ୱ, ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଲ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତ କୁ ପ୍ରଦର୍ଶିତ କରାଯିବାକୁ ଲକ୍ଷ୍ୟ ରଖି ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଗାଁଠୁଁ ସହର, ସ୍କୁଲରୁ କଲେଜ ସବୁଠି ଓଡ଼ିଆ ଭାଷା, ସାହିତ୍ୟ,ଓ ସଂସ୍କୃତି ସମ୍ପର୍କିତ କାର୍ଯ୍ୟକ୍ରମ ମାନ ହେଉଛି। ନିଜ ଭାଷାକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ସମସ୍ତେ ଉତ୍ସାହିତ ହୋଇ ଆଜି କୋକସରା ବ୍ଲକ ପରିସରରେ ବିଡ଼ିଓ ସ୍ନେହପ୍ରଭା ମାଝୀଙ୍କ ତତ୍ୱାବଧାନ ରେ ପାଳନ କରାଯାଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗ ଦେଇ, ମାତୃଭୂମି ଓ ମାତୃଭାଷା ପ୍ରତି ସମସ୍ତେ ଯଥେଷ୍ଟ ସମ୍ମାନ ଦେବା ଓ ଓଡ଼ିଆ ଭାଷା ସବୁବେଳେ ବ୍ୟବହାର କରିବା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ କୋକସରା ଡିଗ୍ରୀ କଲେଜ ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ଯୋଗ ଦେଇ ଓଡ଼ିଆଭାଷାର ଉତ୍ପତି, ସ୍ୱତନ୍ତ୍ର ମାନ୍ୟତା ପାଇଥିବା ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଡିଗ୍ରୀ କଲେଜ ଅଧ୍ୟାପକ ପୁଷ୍ପରାଜ ମେହେର, ଲଖିରାମ ଅଗ୍ରୱାଲ କଲେଜ ବେହେରାର ଅଧ୍ୟାପକ ମୋହନ ଚରଣ ବିଶି, ଗୋଷ୍ଠୀ ଶିକ୍ଷାଧିକାରିଣୀ ରଶ୍ମିତା ନେତମ ପ୍ରମୁଖ ଯୋଗ ଦେଇ ଆଜି ପ୍ରତି ଓଡ଼ିଆଙ୍କ ମନରେ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଛି ବୋଲି ମତ ପ୍ରକାଶ କରିଥିଲେ। ସମ୍ମିଳନୀରେ ସାହିତ୍ୟ ସାଧକ ମାନଙ୍କୁ ଯଥେଷ୍ଟ ସଂମ୍ମାନ ଜଣେଇ ଲୋକନାଥ ପଟ୍ଟନାୟକ, ପଙ୍କଜ ଚୌଧୁରୀ, ଡ଼ ଗୋପୀନାଥ ବାଗ, ଚିନ୍ତାମଣି ପଟେଲ, ଡ଼ ସଞ୍ଜୟ କୁମାର ବାଗଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସଂମ୍ମାନିତ କରାଯାଇଥିଲା। ସଂସ୍କୃତି ସମ୍ପର୍କିତ କାର୍ଯ୍ୟକ୍ରମ ଭାବେ ଟେମରା ଗାଁର କୁନି କଳାକାର ମୋନାଲିସା ବଞ୍ଜାରୀ ବନ୍ଦେ ଉତ୍କଳ ଜନନୀ ଗୀତରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ସମ୍ମିଳନୀରେ ଲେଖକ ଲେଖିକା, କବି କବୟତ୍ରୀ, ପ୍ରାବନ୍ଧିକ, ଗାଳ୍ପିକ, ଭାଷାବିତ, ବୁଦ୍ଧିଜୀବୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସହ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କୋକସରା ଜବାହର ଉଚ୍ଚବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଭାଷାବିତ ସୁଧୀର କୁମାର ପଣ୍ଡା ସମ୍ମିଳନୀ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶେଷ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.