ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଠାରେ ଚାଲିଥିବା ଏମ୍ଏମ୍ଆରସି ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚଟି ବଡପୋଡାଗୁଡା ତଳପଡା ଓ କର୍ଲାଗୁଡା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡପୋଡାଗୁଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ବିନିମୟରେ ୧୦୫ ରନ୍ ସଂଗ୍ରହ କରିଥିଲେ। ୧୦୬ ରନର ବିଜୟ ଲକ୍ଷ୍ୟ ନେଇ କର୍ଲାଗୁଡା ଟିମ୍ ପଡ଼ିଆକୁ ଓହ୍ଲାଇ ଥିବାବେଳେ ୭.୫ ଓଭରରେ ୩ ଉଇକେଟ ବିନିମୟରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଆଜିର ମ୍ୟାଚରେ ଅମ୍ପିଆର ଭାବେ ଖେଳ ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ ଓ ନିଲାମ୍ବର ଦାସ ପରିଚାଳନା କରିଥିଲେ। ସ୍କୋରର ବିକି ଦାସ ରହିଥିବାବେଳେ ଗଜିନ୍ଦ୍ର ନାଗ ଓ ସୁବାସ କରୁଆଁ ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ତଥା କଂଗ୍ରେସ ନେତ୍ରୀ ରଶ୍ମିରେଖା ରାଉତ ବିଶିଷ୍ଟ ଅତିଥି, ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ବଡ଼ପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ, ଧନୁ ଦୁର୍ଗା, ବଲସିଂ ଧମାଝୀ, ଭଜମନ ନାଏକ, ଧର୍ମାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଭୟ ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥରାଶି, ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ କର୍ଲାଗୁଡା ଟିମର ରମେଶ ପଟେଲ ଓ ମ୍ୟାନ୍ ଅଫ୍ ଦି ସିରିଜ ବଡପୋଡାଗୁଡା ଟିମର ଶିବା ପୁଝାରୀ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ରୁତୁରାଜ ପ୍ରଧାନୀ, ଧବଳେଶ୍ଵର ଚଲାନ, କେଦାରନାଥ ମାଝୀ, ବିଶ୍ବନାଥ ମାଝୀ, ଶିବା ପୁଝାରୀ, ତାରଚନ ପ୍ରଧାନୀ, ଯୁବରାଜ ପ୍ରଧାନୀ, ଅଭିମନ୍ୟୁ ପୁଝାରୀ, ପର୍ଶୁରାମ ପୁଝାରୀ, ମନ୍ମଥ ଦାସ, ପିଣ୍ଟୁ ପ୍ରଧାନୀ, ମହେଶ୍ବର ପ୍ରଧାନୀ, ଦେବେନ୍ଦ୍ର ପୁଝାରୀ, ହେମରାଜ ନାଏକ ପ୍ରମୁଖ ଖେଳ ପରିଚାଳନାରେ ସହେଯାଗ କରିଥିଲେ।