ପୁରୁଷୋତ୍ତମପୁର ଏନଏସି ସ୍ଥିତ ସରସ୍ବତୀ ଶିଶୁମନ୍ଦିରରେ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସରସ୍ବତୀ ଶିଶୁ ମନ୍ଦିରର ଉନବିଂଶ ବାର୍ଷିକ ଉତ୍ସାବ ମହାଆଡମ୍ବରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆ ଙ୍କ ସଂଯୋଜନା ରେ ପାଳିତ ହୋଇଯାଇଛି| ଏହି ଶିକ୍ଷା ଅନୁଷ୍ଠାନ ଟି ଶିକ୍ଷା ବିକାଶ ସମିତି ଏବଂ ଓଡିଶା ସରକାରଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଅଟେ | ଏହି ସରସ୍ବତୀ ଶିଶୁମନ୍ଦିର 2003 ରେ କିଛି ଛୋଟ, ଛୋଟ, ଛାତ୍ର, ଛାତ୍ରୀ ଙ୍କୁ ନେଇ ଆରମ୍ଭ କରାଯାଇ ଥିଲା | ଲକ୍ଷ ଥିଲା କିଛି ଆଧ୍ୟାତ୍ମିକ, ଗୁଣାତ୍ମକ, ଶାରୀରିକ, ସୁସ୍ଥ ମାନସିକ, ତଥା ବ୍ୟାୟାମ ଭଳି ସଂସ୍କାର ଜନିତ ବିଦ୍ୟା କୁ ଗ୍ରହଣ କରିବା ଉଦେଶ୍ୟରେ ଆରମ୍ଭ କରାଯାଇ ଥିଲା || ଏହି ବିଦ୍ୟା ମନ୍ଦିର ଏବଂ ଛାତ୍ର, ଛାତ୍ରୀଙ୍କ ର ଉଜ୍ବଳଭବିଷ୍ୟତ କୁ ଆକ୍ଷି ଆଗରେ ରଖି ବହୁ ଅଭିଭାବକ , ଗୁରୁଜନ, ଶିକ୍ଷାବିତ, ଗୁରୁଜୀ ଏବଂ ଗୁରୁମା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସମସ୍ତଙ୍କ ସହଯୋଗ ଯୋଂଗୁ ଆଜି 700 ରୁ ଅଧିକ ଛାତ୍ର ଛାତ୍ରୀ ଏହି ଶିଶୁମନ୍ଦିରରେ ନିତି, ନିୟମ ଏବଂ ଆଦର୍ଶ ଶିକ୍ଷା ପାଇଁ ଅଧ୍ୟୟନ କରୁଛନ୍ତି | ଏହି ସ୍କୁଲ ଉତ୍ତମ ଶିକ୍ଷା ଓ ଚରିତ୍ର ଗଠନରେ ବିଶ୍ଵାସ ରଖିଥାଏ, ସେଇଥିପାଇଁ ଏହି ବିଦ୍ୟାଳୟ ପୁରୁଷୋତ୍ତମପୁର ଏବଂ ନିକଟ ବର୍ତ୍ତୀ ଅଞ୍ଚଳରେ ସୁନାମ ଅର୍ଜନ କରି ପାରିଛି | ପ୍ରତ୍ୟେକ ବର୍ଷ ଏହି ସ୍କୁଲରେ ବାର୍ଷିକ ଉତ୍ସବ ଧୁମ ଧାମ ରେ ପାଳନ କରାଯାଏ,”ଏହି ସ୍କୁଲ ର ଲକ୍ଷ୍ୟ” ଏଭଳି ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେବ, ଯାହା ଦ୍ଵାରା ଏପରି ଯୁବ ସମାଜ ନିର୍ମିତ ହୋଇପାରିବ ଯିଏ ହିନ୍ଦୁତ୍ୱ ନିଷ୍ଠ ଏବଂ ରାଷ୍ଟ୍ର ଭକ୍ତିରେ ଓତପ୍ରୋତ ହୋଇଥିବ | ଏହି ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଶାରୀରିକ,ପ୍ରାଣିକ,ମାନସିକ ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ହୋଇ, ଜୀବନରେ ଆସୁଥିବା ସମସ୍ତ ଆହ୍ୱାନ କୁ ସଫଳତା ପୂର୍ବକ ମୁକାବିଲା କରିପାରିବା ପାଇଁ ଅନ୍ତର୍ନିହିତ ଶିକ୍ଷା ଓ ସାହସ ପାଇ ପାରୁଛି | ଯାହାଦ୍ୱାରା ଦିନ, ଦୁଃଖୀ, ଅଭାବଗ୍ରସ୍ତ ଆପଣାର ବନ୍ଧୁ ମାନଙ୍କୁ, ସାମାଜିକ କୁସଂସ୍କାର, ଶୋଷଣ, ଏବଂ ଅନ୍ୟାୟରୁ ମୁକ୍ତ କରାଇବା ପାଇଁ ଆହରହ ସାହାଯ୍ୟ କରିବାକୁ ବ୍ରତୀ ହୋଇ ରହିଛନ୍ତି | ଆଜିର ଏହି ଉନ ବିଂଶ ତମ ବାର୍ଷିକ ଉତ୍ସବରେ ମଞ୍ଚାସିନ ଥିବା ମୁଖ୍ୟ ଅତିଥି ହେଲେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଜଗବନ୍ଧୁ ଦଳାଇ(ସଭାପତି, ପରିଚାଳନା ସମିତି)ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦାମଲ(ଗଞ୍ଜାମ ବିଭାଗ କାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ)ମୁଖ୍ୟବକ୍ତା ଡା.ଭଗବାନତ୍ରିପାଠୀ(ଅବସର ପ୍ରାପ୍ତ ଅଧ୍ୟକ୍ଷ ଆସିକା ବିଜ୍ଞାନ ମହାବିଦ୍ୟାଳୟ,) ରାଜକିଶୋରଶାସମଲ (କୋଷାଧକ୍ଷ ) ଅକ୍ଷୟବେହେରା(ସମ୍ଫାଦକ) ମଞ୍ଚାସିନ ହୋଇ ସ୍କୁଲର ଅତୀତ, ବର୍ତମାନ ଓ ଭବିଷ୍ୟତ ଉପରେ ନିଜର ମତାମତ ପ୍ରଦାନ କରିଥିଲେ | ଶେଷରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଙ୍କ ଦ୍ଵାରା କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏବଂ କୁନି କୁନି ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା | ଏହି ବାର୍ଷିକ ଉତ୍ସାବ ରେ ସବୁ ଛାତ୍ର, ଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ | ଏବଂ ସମସ୍ତ ଆଚାର୍ଯ୍ୟା, ଆଚାର୍ଯ୍ୟ ଏବଂ ପରିଚାଳନା ସମିତିଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ଥିଲ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.