ସ୍କିଲ୍ ଟ୍ରେନିଙ୍ଗ ପରାମର୍ଶ ଓ ନାମଲେଖା ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ସହରର ଆମ୍ବଗୁଡା ସ୍ଥିତ କୌଶଳ ତାଲିମ୍ କେନ୍ଦ୍ର ଠାରେ “ନୂଆ-ଓଡ଼ିଶା” ତଥା ନୂତନ ଉନ୍ନତ ଅଭିଳାଷ ସ୍କିମ୍ ଜରିଆରେ ଲୋକୋମୋଟୋର ଦିବ୍ୟାଙ୍ଗ ଯୁବକ ମାନଙ୍କୁ ୩୦ ଦିନିଆ ପ୍ୟାକେଜିଙ୍ଗ ଆପାରେଲ୍ ଇଣ୍ଡଷ୍ଟ୍ରୀ ତଥା କମ୍ପ୍ୟୁଟର ଟ୍ରେନିଙ୍ଗ କୋର୍ସ ପାଇଁ ଜିଲ୍ଲା ସ୍ତରୀୟ “ପରାମର୍ଶ ଓ ତାଲିମ୍ ଶିବିର” ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ “ସେନ୍ଥିୟା ମଲ୍ଟିଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ଼” ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଭିନ୍ନକ୍ଷମ ମହାସଂଘର ଜିଲ୍ଲା ସଭାପତି ଶିଶିର ରାଉଳ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ନାଥ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ବକ୍ତବ୍ୟ ଦେଇ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସ୍କିଲ୍ ଟ୍ରେନିଙ୍ଗ ସ୍ପେସିଆଲିଷ୍ଟ ବିଭୁତି ଭୂଷଣ ସ୍ଵାଇଁ ଓ ଯୁବ ସାମ୍ବାଦିକ ଗୋପୀନାଥ ଗୌଡ ସଦୟ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ରାୟଗଡା ସ୍ଥିତ ସେନ୍ଥିୟା ସ୍କିଲ ଟ୍ରେନିଙ୍ଗ ସେଣ୍ଟର ପରିଚାଳକ ତଥା ସଂଯୋଜକ ବିଜୟ କୁମାର ମେଲାକାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକର ଦିବ୍ୟାଙ୍ଗ ଯୁବକ ମାନେ ନିଜର ଅବିଭାବକ ମାନଙ୍କ ସହିତ ଯୋଗ ଦେଇ ସ୍କିଲ ଟ୍ରେନିଙ୍ଗ ନେବା ପାଇଁ ବହୁତ ଉତ୍ସାହିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ଵାରା “ନୂଆ-ଓଡ଼ିଶା” ସ୍କିମରେ ୩୦ ଦିନିଆ ତାଲିମ ସମୟରେ ଦିବ୍ୟାଙ୍ଗ ଛାତ୍ର ମାନଙ୍କୁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ସହିତ ୟୁନିଫର୍ମ ପ୍ରଦାନ କରାଯିବ । ଟ୍ରେନିଙ୍ଗ ପରେ ରାୟଗଡ଼ ସ୍ଥିତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅଧିକାରୀଙ୍କ ଦ୍ଵାରା କାର୍ଯ୍ୟ ମୂଲ୍ୟାଙ୍କନ କରିବା ପରେ ନିୟମ ଅନୁଯାଇ “ସେନ୍ଥିୟା ମଲ୍ଟିଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ଼” କମ୍ପାନୀର ତତ୍ୱାବଧାନରେ ଭାରତର ପ୍ରତିଷ୍ଠିତ ଆପାରେଲ୍ କମ୍ପାନୀରେ ନିଯୁକ୍ତି ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମାତ୍ର ୬୦ ଜଣଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଙ୍ଗ ଦିଆଯିବ । ଏହି କାର୍ଯ୍ୟକ୍ରମରେ ସ୍କିଲ ଟ୍ରେନିଙ୍ଗ ସେଣ୍ଟରର କର୍ମଚାରୀ ବିକାଶ କୁମାର ସ୍ଵାଇଁ, ବିକାଶ ମୁନି, ନୀଲୁ ନାୟକ, ସାହିଲ ପ୍ରଧାନ ସମେତ ଗୁଣୁପୁର ସ୍ଥିତ ଜିଲ୍ଲା ନିୟୋଜନ କେନ୍ଦ୍ରର କର୍ମଚାରୀ ମୁନା ପଣ୍ଡା ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.