ହାତୀପଲ ଯୋଗୁଁ ଚାରି ଦିନ ହେଲା ଅଞ୍ଚଳ ଅନ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କେସିଙ୍ଗା ବ୍ଲକର ଅମାଠ ଅଞ୍ଚଳରେ ହାତୀପଲ ଥିବାରୁ ଚାରିଦିନ ହେଲା ସନ୍ଧ୍ୟା ହେଲା ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆ ଯାଉଛି l ହାତୀପଲକୁ ଘଉଡ଼ାଇ ପାରିନାହିଁ  ବନ ବିଭାଗ l ଲାଇନ କଟାଯାଉଥିବାରୁ ବିଦ୍ୟାର୍ଥୀ ମାନେ ବହୁ ଅସୁବିଧା ଭୋଗୁଛନ୍ତି l ଆଗକୁ ପରୀକ୍ଷା ଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ରାତି ସାରା ହେଉଥିବାରୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏ ଦିଗରେ ବନ ବିଭାଗର ସ୍ଥାଣୁତା ହେତୁ ହଜାର ହଜାର ଲୋକେ ଅସୁବିଧା ଭୋଗୁଛନ୍ତି l ପ୍ରଶାସନ ତତ୍ପରତା ଦେଖାଇବାକୁ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.