କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ମଙ୍ଗଳବାର ସଂଧ୍ୟାରେ କାର ଦୁର୍ଘଟଣାରେ ମୃତ ଯୁବକଙ୍କ ଶବକୁ ବଡକୁଟୃ ଠାରେ ଥିବା କାର ମାଲିକଙ୍କ ଘର ସମ୍ମୁଖରେ ରଖି ଗ୍ରାମବାସୀଙ୍କ ସହଯୋଗରେ ଆନ୍ଦୋଳନ କରିଛନ୍ତି ମୃତକଙ୍କ ପରିବାର ଏବଂ ସମ୍ପର୍କୀୟ। ସୂଚନା ଅନୁସାରେ କଲମପୁର ଦୁଲକିବନ୍ଧ ମୁଖ୍ୟ ରାସ୍ତର ବଡକୁଟୃ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ କାର ଦୁର୍ଘଟଣାରେ ସାନକୁଟୃ ଗ୍ରାମର ବଳିଷ୍ଠ କୁମାର ନାମକ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିଲା। କଲମପୁର ପୁଲିସ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଲିସ ପହଞ୍ଚି ମୃତ ବଳିଷ୍ଠର ଶବ ଜବତ କରିଥିଲେ। ଶବର ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସଂଧ୍ୟାରେ ଶବ ଗାଁକୁ ପହଞ୍ଚିବା ପରେ ପରିବାର ଲୋକ ଶବକୁ ବଡକୁଟୃ ଠାରେ ଥିବା କାର ମାଲିକଙ୍କ ଘର ସମ୍ମୁଖକୁ ନେଇଥିଲେ। ସେଠାରେ ଶବ ରଖି ଆନ୍ଦୋଳନ କରୁଛନ୍ତି। ଘଟଣାସ୍ଥଳରେ କଲମପୁର ପୁଲିସ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ବିଶ୍ଵାଳ, ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଏବଂ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପଟେ କେହି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.