ଅଲ୍ଇଣ୍ଡିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଯୋଜକଙ୍କୁ ଟିମ୍ ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରାମଧୂନ୍ କ୍ଲବ ଦ୍ବାରା ଆୟୋଜିତ ହେବାକୁ ଥିବା ୧୫ ତମ ଅଲ ଇଣ୍ଡିଆ ଫୁଟବଲ୍ ଟୁର୍ଣlମେଣ୍ଟ ପାଇଁ ଆଜି ଜିଲ୍ଲା କ୍ରୀଡା ସଂଘ ଅଫିସ ଗାନ୍ଧୀ ଷ୍ଟାଡିୟମ ଠାରେ ଫ୍ରାଞ୍ଚାଇଜ (ପ୍ରlଯୋଜକ) ମାନଙ୍କୁ ଲଟେରୀ ମାଧ୍ୟମରେ ଟିମ ଡିଷ୍ଟ୍ରିବୁସନ୍ କରାଯାଇଥିଲା। ସଭା ଓ ଲଟେରୀ କାର୍ଯ୍ୟକ୍ରମକୁ ରାମଧୁନ କ୍ଲବର ଉପଦେଷ୍ଟl ତଥା କ୍ରୀଡାସଂଘ ଉପ- ସଭାପତି ଚିତ୍ତ ରଞ୍ଜନ ତରାସିଆ ପରିଚାଳନା କରିଥିବା ବେଳେ କ୍ଲବ୍ ର ସମ୍ପାଦକ ପୀୟୂଷ ପଣ୍ଡା ପ୍ରଯୋଜକ ଙ୍କ ପରିଚୟ ପ୍ରଦାନ୍ କରି ସ୍ଵାଗତ କରିଥିଲେ। ଲଟେରୀ ମାଧ୍ୟମରେ ସୋନପୁର ର ଅର୍ଜ୍ଜୁନ ରିଶୋର୍ଟ ସଂସ୍ଥା ର ପ୍ରୋପାଇଟର ଗୌତମ ସାହୁ କିଶୋର କ୍ଲବ୍ ଭୁବନେଶ୍ୱରକୁ ଚୟନ କରିଥିବା ବେଳେ ସଂସ୍କାର ଏଗ୍ରୋ ସଂସ୍ଥା ପ୍ରୋପାଇଟର ଲୋକନାଥ ରଥ ବରଗଡ ୟୁନାଇଟେଡ ସ୍ପୋର୍ସ କ୍ଲବକୁ ଚୟନ କରିଛନ୍ତି। ସୋନପୁର ନାଇସେଟ ସଂସ୍ଥା ପ୍ରୋପାଇଟର ରମଣ ପ୍ରଧାନ ଭୁବନେଶ୍ୱର ଜଗା ୟୁନାଇଟେଡ଼ କୁ ଚୟନ କରିଥିବା ବେଳେ ମା ବଗଳା ଜ୍ୱେଲର ଜ୍ୱେଲର୍ସର ପ୍ରୋପାଇଟର ରୂପେଶ ଅଗ୍ରୱାଲା କଲିକତା ବେଲଘରିଆ ଏଥଲେଟିକ କ୍ଲବ୍ କୁ ଚୟନ କରିଛନ୍ତି। ସୋନପୁର ଯତୀନ ଫାଇଟର୍ସ ପ୍ରୋପାଇଟର ହରିହର ପଟ୍ଟନାୟକ ରିଭର୍ସ କ୍ଳବ୍ କଟକକୁ ଚୟନ କରିଥିବା ବେଳେ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରୋପାଇଟର ପ୍ଲାବନ ମହାପାତ୍ର ପିୱାସି ସୁନାବେଡ଼ା ଦଳକୁ ଚୟନ କରିଥିଲେ। ହୋତା ମୋଟର୍ସ ପ୍ରୋପାଇଟର ଯୋଗେନ୍ଦ୍ର ହୋତା ବିହାରର ମା କାମାକ୍ଷା କ୍ଳବ୍ ବକ୍ସର୍ସ କୁ ଚୟନ କରିଥିବା ବେଳେ ସୋନପୁର ର ଆଲ୍ଫା ଏଜୁକେଶନ ସଂସ୍ଥା ସୋନପୁର ରାମଧୂନ୍ କ୍ଳବକୁ ଚୟନ କରି ଏହି ଟୁର୍ଣ୍ଣlମେଣ୍ଟ ର ପ୍ରୟାସ କୁ ପ୍ରଶଂସା କରିଥିଲେ ଓ ଏହାକୁ ସଫଳ କରିବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୁତି ଦେଇ ଥିଲେ। କୋଷାଧ୍ୟକ୍ଷ ବିକାଶ ପଣ୍ଡା କ୍ଲବ ଓ ଟର୍ଣ୍ଣlମେଣ୍ଟ ର ଆଭିମୁଖ୍ୟ ଉପରେ ବିସ୍ତାର ଭାବେ ବୁଝାଇଥିବl ବେଳେ କ୍ଲବ ର ମିଡ଼ିଆ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ରୀଡାବିତ ପୁରୁଷୋତ୍ତମ ପାଣିଗ୍ରାହୀ, ନନ୍ଦ କିଶୋର ତ୍ରିପାଠୀ, ସତ୍ୟ ନାରାୟଣ ରାଓ, କୃଷ୍ଣ ଚନ୍ଦ୍ର ବାଗ, ଆଦିତ୍ୟ ଦାନୀ, ଦିଲ୍ଲିପ ଗରୁ, ବଳରାମ ପଟ୍ଟନାୟକ, କମଳା ସାହୁ, କଲିମ୍ ମହମ୍ମଦ, କ୍ଲବ୍ ସଭାପତି ରଞ୍ଜୁ ସାହୁ, ବୁବୁନ ନାଏକ୍ , ସୁରଜ୍ ସାହୁ, ସୁମନ ସାହୁ, ରବି ଦେହୁରୀ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.