ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନ ଛନଛଡା ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ମହାସମାରୋହ ଉଦଯାପିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସମାଜସେଵୀ ଦୁର୍ଗାପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ତିଲୋତମା ବାଗ, ଛନଛଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଭୋଇ, ବିଦ୍ୟାଳୟ ଏସଏମସି ସଭାପତି ସୁଶାନ୍ତ ବୁଡ଼େକ , ସିଆରସିସି ମନୋଜ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ କାମନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସିଆରସିସି ପ୍ରମୋଦ ବୁଡ଼େକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ ବିଶିଷ୍ଟ ଲେଖକ ଅନନ୍ତ ବଗର୍ତି , ବିଆରସିସି ନାରାୟଣ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ସମାଜସେବୀ ଦୁର୍ଗାପ୍ରସାଦ ଶର୍ମା ଓ ସରପଞ୍ଚ ତିଲୋତମା ବାଗ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ସଭାକୁ ବିଆରସିସି ନାରାୟଣ ଭୋଇ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ରବିନାରାୟଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l ଏହାପରେ ଛାତ୍ରଛାତ୍ରୀମାନଙ୍କ ସଚେତନତା ଧର୍ମୀ ନାଟକ ଓ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥିରେ ଶିକ୍ଷକ ଶିବ ଶଙ୍କର ପୋଢ, ଭବାନୀ ଶଙ୍କର ପଟେଲ, ଅମରଜୀତ ଭୋଇ ଓ ବିଦ୍ଯାଳୟ ପରିଚାଳନା କମିଟିର ସମସ୍ତ ସଭ୍ଯ ଓ ସଭ୍ଯା ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ l