‘ସାହିତ୍ୟରେ ପ୍ରତିବଦ୍ଧତା ରହିବା ଆଜିର ମୁଖ୍ୟ ଆବଶ୍ୟକତା’

ଚେତାବନୀ ସାହିତ୍ୟ ସଂସଦର ୩୬ତମ ପୁଷପୁନି ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ସାଧନାରେ ମଜ୍ଜିଥିବା କବି, ଲେଖକ ଜୀବନକୁ ଭଲପାଏ। ନିଜକୁ ନିଜେ ପ୍ରକାଶିତ କରିବାରେ ତାର ଆନନ୍ଦ ଥାଏ। କାହାର ଲେଖା କାହାକୁ ପରିବର୍ତନ କରୁକି ନକରୁ, ତେବେ ଶବ୍ଦକୁ ଶବ୍ଦରେ ଛନ୍ଦି ଆତ୍ମାର ସ୍ୱରକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ ହିଁ ପ୍ରେରଣା ଯୋଗାଇଥାଏ। ଏଣୁ ସାହିତ୍ୟରେ ପ୍ରତିବଦ୍ଧତା ରହିବା ଜଣେ ଲେଖକ, ସାହିତ୍ୟିକ ତଥା ଆଜିର ଆବଶ୍ୟକତା ବୋଲି ସୋମବାର କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ମୁକ୍ତାକାଶ ମଞ୍ଚରେ ଆୟୋଜିତ ୩୬ତମ ପୁଷପୁନି ଭେଟଘାଟ, ରାଜ୍ୟସ୍ତରୀୟ ଲେଖକ ସମାବେଶ ତଥା ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ ବେହେରା କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଶିଷ୍ଟ କଥାକାର ଡ. ଯଶୋବନ୍ତ ସାମଲ, ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଚେତାବନୀ ସାହିତ୍ୟ ସଂସଦର କେନ୍ଦ୍ରୀୟ ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଂସଦର ପୂର୍ବତନ ସଭାପତି ହରିଶଙ୍କର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦର ଉପସଭାପତି ରମେଶ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ଶେଷରେ କବି ଗୋବିନ୍ଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସେହିପରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ପ୍ରଥମ ପର୍ବରେ ଅତିଥି ଭାବେ ବିଶିଷ୍ଟ କବି ଡ. ପ୍ରୀତିଧାରା ସାମଲ, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଗବେଷକ ତଥା ନାଟ୍ୟକାର ପରମେଶ୍ଵର ମୁଣ୍ଡ, କବି ନିରୋଜ ପଟ୍ଟନାୟକ ଯୋଗ ଦେଇଥିଲେ। ବରିଷ୍ଠ ସାହିତ୍ୟିକ ବୈଷ୍ଣବ ଚରଣ ସାହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସବିତା ଭୋଇ ଓ ପଲ୍ଲବୀ ଦାସ କବିତାପାଠକୁ ସଂଯୋଜନା କରିଥିଲେ। ସଂସଦର ସାଂଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

କବିତା ପାଠୋତ୍ସବର ଦ୍ବିତୀୟ ପର୍ବରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ପ୍ରାପ୍ତ କବି ଯୁଗଳ କିଶୋର ଷଡ଼ଙ୍ଗୀ, ବିଶିଷ୍ଟ ଲେଖିକା ନର୍ମଦା ନୀଳୋତ୍ପଳା, କବି ମୁକୁଲ ମିଶ୍ର, ଗାଳ୍ପିକା ପଦ୍ମାଳୟା ସାମଲ, ଅଧ୍ୟାପିକା ମଞ୍ଜୁମେଧା ଗୁରୁ, ପ୍ରମୁଖ ମଂଚାସୀନ ଥିଲେ। ସଂସଦର ସହ ସମ୍ପାଦକ ସଂଯୁକ୍ତା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଅପରାହ୍ନରେ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ସଂଯୋଜନାରେ ଉପସ୍ଥିତ କବି ଓ କବୟିତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା କବିତା ଅନ୍ତାକ୍ଷରୀ ‘ଆମ କବି : ଆମ କବିତା’ କାର୍ଯ୍ୟକ୍ରମ।

ଉଦ୍‌ଯାପନୀ ପର୍ବ ତଥା ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁର ଭୀମ ଭୋଇ ଚେୟାରର ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ କେସିଙ୍ଗା ନଗରପାଳ ଡା. ହେମ ସାଗର ସାହା, ସ୍ୱତନ୍ତ୍ର ଅତିଥି ଭାବେ ସଂସଦର ସଭାପତି ଯାଜ୍ଞସେନୀ ସାହା ପ୍ରମୁଖ ମଂଚାସୀନ ଥିଲେ। ପ୍ରସିଦ୍ଧ କବି ଓ ଚେତାବନୀ ସାହିତ୍ୟ ସଂସଦର କେନ୍ଦ୍ରୀୟ ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସଂପାଦକ ରଞ୍ଜନ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବି ଗୌରାଙ୍ଗ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଂସଦର ଉପସଭାପତି ରମେଶ କୁମାର ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଗାଳ୍ପିକା ପଦ୍ମାଳୟା ସାମଲଙ୍କ ଗଳ୍ପ ସଂକଳନ ‘ଚଲାପଥର କଥା’ ଓ ଯୁବକବି ଯାଦବେନ୍ଦ୍ର ସାହାଙ୍କ ପ୍ରଥମ କବିତା ସଂକଳନ ‘ଧୂଳିଘର’ ଏବଂ ଅନୁଷ୍ଠାନର ମୁଖପତ୍ର ‘ସାରସ୍ୱତ ସୌମ୍ୟା’ ଉନ୍ମୋଚିତ ହୋଇଥିଲା। ସେହିପରି ଡ. ପ୍ରଦୀପ କୁମାର ପଣ୍ଡାଙ୍କୁ ‘ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ଵତ ସମ୍ମାନ’ ସହ ନଗଦ ଦଶ ହଜାର ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା। ଡ. ସଞ୍ଜୟ ଶତପଥିଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’, ଡ. ଯଶୋବନ୍ତ ସାମଲଙ୍କୁ ‘ଚେତାବନୀ ପ୍ରଜ୍ଞା ସମ୍ମାନ’ (କଥା ସାହିତ୍ୟ), ଡ. ପ୍ରୀତିଧାରା ସାମଲଙ୍କୁ ‘ଚେତାବନୀ ପ୍ରଜ୍ଞା ସମ୍ମାନ’ (କାବ୍ୟ କବିତା), ପରମେଶ୍ୱର ମୁଣ୍ଡଙ୍କୁ ‘ଚେତାବନୀ ପ୍ରଜ୍ଞା ସମ୍ମାନ’ (ପ୍ରବନ୍ଧ ସାହିତ୍ୟ), ମୁକୁଲ ମିଶ୍ରଙ୍କୁ ‘କବି ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ’, ସବିତା ଭୋଇଙ୍କୁ ‘କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’, ସୁଶୀଲ କୁମାର ବାଗଙ୍କୁ ‘କବି ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’, ବୈଦ୍ୟ ପବିତ୍ର ଶବରଙ୍କୁ ‘ଚେତାବନୀ ସେବା ସମ୍ମାନ’, ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘ଚେତାବନୀ ସୁହୃଦ ସମ୍ମାନ’, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ ଡିଲେଶ୍ୱର ରଣା ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ବିରଞ୍ଚି ନାରାୟଣ ବାହିନୀପତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କୋଷାଧକ୍ଷ ଡମ୍ବରୁଧର ଭୋଇ, ମନୋଜ ବଗର୍ତି, ଶିବ ସାହୁ, ତେଜରାଜ ସାହୁ, ପିଙ୍କୁ ପରିଡା ପ୍ରମୁଖ ଏହି ଉତ୍ସବରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.