ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଲୋକାର୍ପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସହରରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ଆଜି ଉଦଘାଟିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରରୁ ଭାରଚୁଆଲ ଭାବେ ଉଦଘାଟନ କରିଛନ୍ତି। ଆଜି ବିଦ୍ୟାଳୟରେ ଆୟୋଜିତ ଉଦଘାଟନୀ ସମାରୋହରେ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଅନ୍ୟା ଦାଶ, କେନ୍ଦ୍ରୀୟ ବିଦ୍ୟାଳୟ ଡେପୁଟି କମିଶନର ଶିହରନ ବୋଷ, ଭୁବନେଶ୍ବର ଯୋଗ ଦେଇଥିଲେ। ଅତିଥି ମାନେ ବିଦ୍ୟାଳୟକୁ ପହଞ୍ଚିବା ପରେ ପରେ ଉପସ୍ଥିତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ସଭିଏଁ ସାଂସଦଙ୍କୁ ଏବଂ ଅନ୍ୟ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ। ଉଦଘାଟନ ଉତ୍ସବ ପୂର୍ବରୁ ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ପ୍ରଧାନମନ୍ତ୍ରୀ ଭାରଚୁଆଲ ମାଧ୍ୟମ ରେ ଯୋଡି ହୋଇ ନୂତନ କ୍ୟାମ୍ପସକୁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜକୁ ଦୀର୍ଘ ଦଶନ୍ଧିରୁ ଅଧିକ ହେଲା ଏହି ବିଦ୍ୟାଳୟ ପାଇଁ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଥିବା ଏକ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଥିଲା। ତେବେ ନୂତନ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯିବା ପରେ ଆଜି ତାର ଶୁଭ ଉଦଘାଟନ କରାଯାଇଛି। ଏହି ନୂତନ କ୍ୟାମ୍ପସ ଯୋଗୁଁ ଛାତ୍ରଛାତ୍ରୀ ମହଲରେ ବେଶ ଉତ୍ସାହ ଦେଖା ଦେଇଛି। ତେବେ ପ୍ରାୟ ୯୦ ପ୍ରତିଶତ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତି କରଣ, ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବଗିଚା, ସମ୍ବିଳନୀ ପଡିଆ ଆଦିର ବିକାଶ କରିବା ପାଇଁ ଅଭିଭାବକ ମାନେ ସାଂସଦଙ୍କ ପାଖରେ ଦାବି ରଖିଥିଲେ। ସାଂସଦ ବିଦ୍ୟାଳୟ ପରିଦର୍ଶନ କରି ଅଭିଭାବକଙ୍କ ଦାବି କୁ ପୁରଣ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.