ନୂଆପଡାରେ ଲକ୍ଷ୍ମୀ ବସର ଶୁଭ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ନୂଆପଡା ସହିତ ଅନ୍ୟ ୪ ଟି ଜିଲ୍ଲା ଜଗତସିଂହପୁର, ଗଞ୍ଜାମ, ବୌଦ୍ଧରେ ଘରେ ଘରେ ଲକ୍ଷ୍ମୀ ବସର ଶୁଭ ଉଦ୍ଘାଟନ କରିଛନ୍ତି | ନୂଆପଡା ଜିଲ୍ଲାପ୍ରଶାସନ ତରଫରୁ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧକ୍ଷ ଭଗତ ସିଂ ମାଝୀ ପ୍ରମୁଖ ମଂଚାସୀନ ଥିଲେ | ତେବେ ଅନ୍ୟ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ସରୋଜ ସାହୁ, ଜିଲ୍ଲାପରିଷଦ ସଭ୍ୟା ଉମା ଠାକୁର, ଅବନୀ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ଭରତ ରାଉତ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ଖଡ଼ିଆଳ ବ୍ଲକ ଅଧକ୍ଷା ପୁଅ୍ପାଞ୍ଜଳି ନନ୍ଦ, କୋମନା ବ୍ଲକ ଅଧକ୍ଷା ଅନୁସୂୟା କୁମ୍ଭାର, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, କାଳିଆ ପ୍ରଧାନ, ଗୋଲଡି ଅଗ୍ରୱାଲ, ଧନୀରାମ ସାହୁ, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବର ଓ ସୁବାଷ ଚନ୍ଦ୍ର ରଇତା, ଉପ ଜିଲ୍ଲପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଏସଆରଟିସି ଜିଲ୍ଲା ମେନେଜତ ନଚିକେତା ତାଣ୍ଡି, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ରାମ ତାଣ୍ଡି, ଓଏସଆରଟିସି ନୂଆପଡା ଷ୍ଟେସନ ମାଷ୍ଟର ବିଜୁ କୁମ୍ଭାର ଏବଂ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ମହିଳା ଓ ଜନସାମୂହ ଉପସ୍ଥିତ ରହି ଲକ୍ଷ୍ମୀ ବସର ଉଦ୍ଘାଟନରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.