ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ଆଜି ଅପରାହ୍ନରେ ଲକ୍ଷ୍ମୀ ବସର ଶୁଭ ଉଦ୍ଘାଟନ ହୋଇଯାଇଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧକ୍ଷ ଭି କାର୍ତ୍ତିକେୟାନ ପାଣ୍ଡିଆନ ଆଭାସୀ ମାଧ୍ୟମରେ ଏହାର ଶୁଭ ଉଦ୍ଘାଟନ କରିଥିଲେ | ନୂଆପଡା ଜିଲ୍ଲା ସହିତ ଆହୁରି ୪ ଟି ଜିଲ୍ଲାରେ ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି | ତେବେ ଏହି ସମାରୋହରେ ପ୍ରଶାସନ ଏବଂ ଓଏସଆଇଟିସି ତରଫରୁ ସ୍ଥାନୀୟ ନେତା, ଜନ ପ୍ରତିନିଧି, ଅଧିକାରୀ ଓ ସମାଜସେବୀଙ୍କୁ ନିମନ୍ତ୍ରଣ କରାଯିବାର ବ୍ୟବସ୍ଥା ବେଳେ କିଛି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି | ତେବେ ଖରିଆର ରୋଡ ଏନଏସି ଉପାଧକ୍ଷ ଓ କାଉନସିଲର ସଦସ୍ୟ ଏବଂ ନୂଆପଡା ଏନଏସି ଉପାଧକ୍ଷ ଓ କାଉନସିଲରଙ୍କୁ ନିମନ୍ତ୍ରଣ ନ କରି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି | ଏ ନେଇ ନୂଆପଡା ଏନଏସି ଉପାଧକ୍ଷା ପ୍ରତିନିଧି ହରିଶ ଚନ୍ଦ୍ର ପଣ୍ଡା ଟ୍ୱିଟରରେ ସିଏମଓ ଓଡିଶା, ଜିଲ୍ଲାପାଳ ନୂଆପଡା, ମୋ ସରକାରଙ୍କୁ ଟେଗ କରି ଜନ ପ୍ରତିନିଧିଙ୍କୁ ଅଣଦେଖା ହୋଇଥିବା କଥା ଟ୍ୱିଟ କରି ଜଣାଇଛନ୍ତି | ତେବେ ଏ ସମ୍ପର୍କରେ ଓଏସଆରଟିସିର ନୂଆପଡା ଜିଲ୍ଲା ମେନେଜର ନାଚିକେତ ତାଣ୍ଡିଙ୍କୁ ପଚାରିବାରୁ ସେ ଜଣଙ୍କୁ ଦାଇତ୍ୱ ଦେଇଥିଲେ, ନୂଆରେ କାମ କରୁଛୁ, ନିମନ୍ତ୍ରଣ କାର୍ଡରେ ସମସ୍ତେଙ୍କର ନାଁ ଥିଲା ଏହା ସହିତ ସମସ୍ତେ ନିମନ୍ତ୍ରଣ ରକ୍ଷା କରି ଆସି ମଧ୍ୟ ଥିଲେ ବୋଲି ଶ୍ରୀ ତାଣ୍ଡି କହିଥିଲେ |