ସିର୍ଲିଗୁଡା ଓ ଭୂର୍ଷାଗୁଡାରେ ବୁଥ୍ କେନ୍ଦ୍ର ପାଇଁ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆସନ୍ତା ସାଧାରଣ ନିର୍ବାଚନରେ ନୂତନ ବୁଥ୍ କେନ୍ଦ୍ର ଗାଁରେ କରିବା ପାଇଁ ବୁଧବାର କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ଓ ମହିମା ପଞ୍ଚାୟତର ଭୂର୍ଷାଗୁଡା ଗ୍ରାମବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଯେ’ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ-୭୯, ସିର୍ଲିଗୁଡା ଗ୍ରାମବାସୀ ସାଧାରଣ ବିଧାନସଭା ନିର୍ବାଚନ ସମୟରେ ନିଜ ଗାଁ ବଦଳରେ ପଞ୍ଚାୟତର ବଙ୍ଗୋମୁଣ୍ଡା (କେନ୍ଦ୍ର-୧) ବୁଥ ନଂ- ୨ଶହ କୁ ଯାଇ ଭୋଟ ପ୍ରଦାନ କରିଆସୁଛନ୍ତି। ତେବେ ସେମାନଙ୍କୁ ଗାଁଠାରୁ ୮.କିମି ଦୂର ବୁଥ୍ କେନ୍ଦ୍ରକୁ ଯିବାକୁ ପଡୁଛି। ଯାହା ଫଳରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଭୋଟ ଦେବା ପାଇଁ ସେଠାକୁ ଯାଇପାରୁ ନାହାଁନ୍ତି। ଏବଂ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି। ସେହିପରି ମହିମା ପଞ୍ଚାୟତର ଭୂର୍ଷାଗୁଡା ଗ୍ରାମବାସୀ ଗାଁ ଠାରୁ ୩.କିମି ଦୂରରେ ଥିବା ଘଣ୍ଟିଗୁଡା ବୁଥ୍ କେନ୍ଦ୍ରକୁ ଯିବାକୁ ପଡିଥାଏ। ଏବଂ ସେଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ମତ ସାବ୍ୟସ୍ତ କରିବାକୁ ପଡ଼ିଛି, ସେଥିପାଇଁ ଅନେକ ଭୋଟର ନିଜର ବହୁମୂଲ୍ୟ ମତଦାନ ନକରି ନିରାଶ ହୋଇ ଫେରି ଆସିଥାନ୍ତି। ତେଣୁ ଉଭୟ ସିର୍ଲିଗୁଡା ଓ ଭୂର୍ଷାଗୁଡା ଗ୍ରାମବାସୀ ଆଜି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ନୂତନ ବୁଥ କେନ୍ଦ୍ର ଗାଁରେ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସିର୍ଲିଗୁଡା ଗ୍ରାମର ବସନ୍ତ ନାଗ, ଭୂଷଣ ମହାନନ୍ଦ, ପୁରୁଷୋତ୍ତମ ସୁନାନୀ, ବୃନ୍ଦାବନ ଦୁର୍ଗା, ଧନୁରାମ ନାଗ, ମରୁଆ ନାଗ, ବିଜୟ ରାଉତ, ଗୟାଧର ନାଏକ, ଡମ୍ବଡା ନାଗ, ମହେନ୍ଦ୍ର ଦୁରିଆ ପ୍ରମୁଖ ଉପସ୍ଥିତ ଥିବାବେଳେ ଭୂର୍ଷାଗୁଡା ଗ୍ରାମବାସୀ ପକ୍ଷରୁ ଔରତ ମାଝୀ, ରାଜମୋହନ ଧଙ୍ଗଡ଼ା ମାଝୀ, ଲବ ମାଝୀ, କ୍ଷୀରୋଦ କୁମାର ନାଏକ, ଶିବାନ ମାଝୀ, ସେନାପତି ନିଆଲ, ଗୋବର୍ଦ୍ଧନ ନାଏକ, ତୁଳସୀରାମ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.