ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୁଇ ଦଫା ଦାବିନେଇ ବୁଧବାର ଠାରୁ ସମଗ୍ର ରାଜ୍ୟରେ ଅଗ୍ନିକ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କୋକସରା ଅଗ୍ନିଶମ କର୍ମଚାରୀ ମାନେ ମଧ୍ୟ ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଫଳରେ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଏପଟେ ଆଗ୍ନିକ କର୍ମଚାରୀମାନେ ଆକସ୍ମିକ ଦୁର୍ଘଟଣା,ନିଆଲିଭା, ଉଦ୍ଧାର ଆଦି ବିଭିନ୍ନ ଜରୁରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି। ନିଜ ହକ ନିମନ୍ତେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ସେବା ଯୋଗାଇ ପାରୁ ନଥିବାରୁ ଜନ ସାଧାରଣଙ୍କ ପାଖରେ ସେମାନେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତାଙ୍କର ଦୁଇଟି ଦାବି ହେଉଛି ପୋଲିସ ସହିତ ସମାନ ଦରମା, ଫାୟରମେନ ସଂଘକୁ ସରକାରୀ ପଞ୍ଜିକରଣ ଆଦି ଦାବି ରହିଛି। ପୂର୍ବରୁ ସେମାନେ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇ ଆସୁଛନ୍ତି। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ କୋକସରା ଅଗ୍ନିଶମ ସେବା କେନ୍ଦ୍ରର ଅଗ୍ନିକ, ମୁଖ୍ୟ ଅଗ୍ନିକ, ଅଗ୍ନିକ ଗାଡିଚାଲକ ଓ ହାବିଲଦାର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।