ରୁପ୍ରାରୋଡରେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ

ବୁଧବାର ଭବ୍ୟ କଳସ ଯାତ୍ରା ସମ୍ପନ୍ନ

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଲକ୍ଷ୍ମୀପୂଜା ମଣ୍ଡପ ପରିସରରେ ଆଜି ଗୁରୁବାର ଠୁଁ ଆରମ୍ଭ ହେଲା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ । ଏନେଇ ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ହରିଦ୍ୱାର ଶାନ୍ତି କୁଞ୍ଜରୁ ଋଷୀ ପୁତ୍ର ମାନେ ଆସି ପହଞ୍ଚିଥିବା ଜଣାପଡିଛି । ୠଷି ପୁତ୍ର ମାନଙ୍କ ଉପସ୍ଥିତିରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଭବ୍ୟ କଳସ ଯାତ୍ରା । ଏଥିପାଇଁ ଗତ ଡିସେମ୍ବର ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଋଷି ପୁତ୍ର ମାନଙ୍କ ମାର୍ଗଦର୍ଶନରେ ନର୍ଲା ବ୍ଲକ ଅଧିନସ୍ଥ ଗାୟତ୍ରୀ ପରିବାରର ପରିଜନ ମାନେ ବ୍ଲକ ଅଞ୍ଚଳର ପ୍ରତ୍ୟେକ ଗ୍ରାମକୁ ଯାଇ ପ୍ରବଚନ, ଦୀପ ଯଜ୍ଞ କରି ଜନସଚେତନତା ସୃଷ୍ଟି କରିଥିଲେ । ଜାନୁୟାରୀ ୨୨ ରେ ଏହି ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜା ଭାବରେ ଦେବଦମ୍ପତି ସଂଜୀବନୀ ପୂଜା ଅନୁଷ୍ଠିତ ହୋଇଥିଲା । ଫେବୃୟାରୀ ୨୧ କଳସ ଯାତ୍ରାରୁ ଆରମ୍ଭ ହୋଇଥିବା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ୨୫ ଯାଏଁ ପାଞ୍ଚଦିନ ଧରି ଚାଲିବ ବୋଲି ଆୟୋଜକ ମଣ୍ଡଳୀ ତରଫରୁ ସୂଚନା ମିଳିଛି । ଏଥିରେ ପୁଂଶବନ, ମୁଣ୍ଡନ, ଅନ୍ନ ପ୍ରାସନ, ବିଦ୍ୟାରମ୍ଭ, ଯଜ୍ଞୋପବିତ ଭଳି କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ। ନୁଆପଡା ଜିଲ୍ଲା ଜୋନ ପ୍ରମୁଖ କେତନ ସିଂ ବାରିକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତପନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟ ପ୍ରବକ୍ତା ଭାବରେ ହରିଦ୍ୱାରରୁ ଆସିଥିବା ପାଞ୍ଚ ଜଣିଆ ଟୋଲି ଯଜ୍ଞ ପରିଚାଳନା କରୁଥିବା ବେଳେ ସରୋଜ ମାଝୀ, ଦେବେନ୍ଦ୍ର ବିଶ୍ୱାଳ, ଭୀଷ୍ମ ଭାଇ, ପୂର୍ଣ୍ଣିମା ଭଉଣୀ, ରେବତୀ ଭଉଣୀ, ନର୍ଲାରୋଡ, ରୁପ୍ରାରୋଡ ଗାୟତ୍ରୀ ପରିବାରର ବିଶିଷ୍ଟ ସଦସ୍ୟ ଅନୀଲ ଅଗ୍ରୱାଲ, ଶ୍ୟାମ ସୁନ୍ଦର ଶର୍ମା, ଆଶୋକ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଚକ୍ରଧର ସା, ସୁରେଶ ଅଗ୍ରୱାଲ, କୁନୁ ଗଡତିଆ, ମୋହନ ପୁଟେଲ, ପଙ୍କଜ ଗଉଡ, ତୀର୍ଥ ବୁଦ୍ଧିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.