ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ବ୍ଳକ ସ୍ତରୀୟ ସ୍ପୋର୍ଟ୍ସ ମିଟ୍ ଉତ୍ଜାପିତ ହୋଇଯାଇ ଅଛି। ଶେଷ ଦିନରେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ଡଙ୍ଗରବୁଢା ଫୁଟବଲ କ୍ଲବ ବଡଗମଡା ମଧ୍ୟରେ ଫାଇନାଲ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁରାବନ୍ଧ ଦଳ ୨-୦ ରେ ବିଜୟୀ ହୋଇଥିଲା, ଭଳିବଳ ଫାଇନାଲମ୍ୟାଚ ଖୁଜେନବାହାଲ ଓ ସାନଗମଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାନଗମଡା ବିଜୟୀ ହୋଇଥିଲା । ସମସ୍ତ ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚରେ ମୂଖ୍ଯ ଅତିଥି ଭାବେ ଯୁରାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ, ସମାଜସେବୀ କ୍ଷୀର ବଛା, ୱାଡ ମେମ୍ବର ରଶିକ ପୋଡ, କପିଳେଶ୍ଵର ଯୁବକ ସଂଘର ସଭାପତି ତୁଳାଚନ୍ଦ୍ର ପୋଡ, ସଂପାଦକ ଲିଙ୍ଗରାଜ ପୋଡ, ଦିନେଶ ପୋଡ, ଚନ୍ଦ୍ରହାସ ପୋଡ, ଘଣ୍ଟେଶ୍ଵର ପୋଢ, ରଞନ ଭାଟି, ଛତ୍ରପତି ଛତ୍ରିଆ, ସୋନୁ ଛତ୍ରିଆ, ନିର୍ମାଲ୍ଯ ବାଗ, ରୁଦ୍ର ବାଗ ଓ ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।