ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ; କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟା ସମୟରେ ଏକ ବଡ଼ ଧରଣ ବିସ୍ଫୋରଣ ଘଟିଥିବା ଜଣାପଡିଛି l ଏହି କାରଖାନାର ୧୨ ନମ୍ବର ୟୁନିଟରେ ବିସ୍ଫୋରଣ ଘଟିଥିଲା ହେଲେ ଏବେ ବି କାରଣ ଅସ୍ପଷ୍ଟ ରହିଥିବା ବେଳେ କ୍ଷୟକ୍ଷତି ଉପରେ କୋଣସି ସୂଚନା ମଧ୍ୟ ମିଳିନାହିଁ l ଏହି ୧୨ ନମ୍ବର ୟୁନିଟରେ ଥିବା ମେଗାଜିନ ଷ୍ଟୋର ରୁମରେ ଲଗାତାର ୨/୩ ଥର ଥର ବିସ୍ଫୋରଣ ଘଟିବା ପରେ ନିଆଁ ୧୫/୨୦ କି.ମି. ଦୂରକୁ ଦେଖା ଦେଇଥିବା ଜଣାପଡିଥିଲା l ଘଟଣା ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି l ଘଟଣାକୁ ଦୃଷ୍ଟିରେ ରଖି କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି l ଉକ୍ତ ବିସ୍ଫୋରଣକୁ ନେଇ ଲୋକେ ଭୟଭିତ ଅବସ୍ଥାରେ ଥିବା ଦେଖାଦେଇଛି l ଏହି କାରଖାନା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କର୍ମଚାରୀମାନେ ମଧ୍ୟ ଗୁରୁତର ଆହତ ହେଉଥିବା ନଜିର ରହିଛି l କାରଖାନା କତୃପକ୍ଷ କାହିଁକି ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.