ଗୋପାଳପୁର ଠାରେ ‘ଆମ ବ୍ୟାଙ୍କ ସେବା’ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଲୋକେ ଗାଁରେ ପାଇବେ ଡିଜିଟାଲ ବ୍ୟାଙ୍କ ସେବା। ଉପକୃତ ହେବେ ଅଞ୍ଚଳର ଜନସାଧାରଣ। ଟଙ୍କା ଉଠାଣ ହେଉ କିମ୍ବା ସଂଚୟ ଅବା ଜମାଖାତା ଖୋଲିବା ହେଉ ଅଞ୍ଚଳର ଲୋକଙ୍କୁ ଯିବାକୁ ପଡୁଥିଲା କିଲୋମିଟର କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖରା, ବର୍ଷା ଏବଂ ଶୀତ କାକରର ଅସହ୍ୟ ପରିସ୍ଥିତିରେ ମଧ୍ୟ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଭଳି ଅସହାୟ ଉପଭୋକ୍ତାଙ୍କୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡୁଥିଲା। ବ୍ୟାଙ୍କ ସେବା ପାଇବା ସାଧାରଣ ଲୋକଙ୍କ ପାଇଁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିଲା। ଡିଜିଟାଲ ଯୁଗରେ ମଧ୍ୟ ଏଭଳି ସମସ୍ୟା ଏକ ବିଡମ୍ବନାର ବିଷୟ ଥିଲା। ଯାହାର ସମାଧାନ ପାଇଁ ଅଞ୍ଚଳର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କ ସେବା ଯୋଗାଇବାର ଦାବି ରହିଥିଲା।

Udyog Nursery
Udyogi Nursery

ସାଧାରଣ ଜନତାଙ୍କ ଏହି ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ। ଗାଁ ଗାଁରେ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କସେବା ଯୋଗାଇବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହାର ଦ୍ବିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଠାରେ ଗୁରୁବାର ଆମ ବ୍ୟାଙ୍କ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ବେଣୀ ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ଓ ଗୋଷ୍ଟି ଉନ୍ନୟନ ଶ୍ରୀଯୁକ୍ତ ଧ୍ରୁବ ଚରଣ ମୁଦଲି ଫିତା କାଟି ଉଦଘାଟନ ଏହି ସେବାର ଶୁଭାରମ୍ଭ କରିଥିଲେ।

ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ସଞ୍ଜୁ କୁମାରୀ ନାୟକ, ଥୁଆମୂଳ ରାମପୁର ଷ୍ଟେଟ ବ୍ୟାଙ୍କର କ୍ଷେତ୍ର ଅଧିକାରୀ, ବ୍ଲକର କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରା,ସମାଜ ସେବୀ ଦୁର୍ଯ୍ୟୋଧନ ନାୟକ ଉପସ୍ଥିତ ଥିଲେ। ଆମ ବ୍ୟାଙ୍କ ସେବାକେନ୍ଦ୍ରରେ ଗୋପାଳପୁର ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତର ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ଭଳି ଅସହାୟ ଲୋକେ ମଧ୍ୟ ଜମା ଖାତା ଖୋଲିବା ସହିତ ଟଙ୍କା ଜମା ଓ ଉଠାଣ ବ୍ୟବସ୍ଥା ରହିଥିବା ବେଳେ ଆଧାର କାର୍ଡ, ସାମାଜିକ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଅତିରିକ୍ତ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଯଦ୍ବାରା ଗରୀବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନେ ବେଶ୍ ଉପକୃତ ହେବେ ବୋଲି ବିଡ଼ିଓ ଶ୍ରୀ ମୁଦଲି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏହି ଆମ ବ୍ୟାଙ୍କ ଉଦଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ମେହେର, ଗ୍ରାମ ରୋଜଗାର ସେବକ ସୁଶାନ୍ତ ନାଏକ ଏବଂ ଯୋଗାଣ ସହାୟକ ସରୋଜ ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.