ବାଲେଶ୍ୱରରେ ଅନୁଷ୍ଠିତ ହେଲା ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ : ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଦେଲେ ଉଦବୋଧନ

ପ୍ରଦାନ କରାଗଲା ୩୦ କୋଟି ୫୯ ଲକ୍ଷ ୨୫ ହଜାର ଟଙ୍କାର ଛାତ୍ରବୃତ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲାବ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ I ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ବୋଲି ସେ ମତ ପ୍ରକାଶ କରିଥିଲେ I ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ୭୧ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୩୦ କୋଟି ୫୯ ଲକ୍ଷ ୨୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା I ସେହି ପରି ଛାତ୍ରଛାତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଖୁବ ଶୀଘ୍ର ସ୍ମାର୍ଟ କାର୍ଡ ଯୋଗାଇ ଦିଆ ଯିବ ଯାହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଛାତ୍ରବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ-ଓ କାର୍ଯ୍ୟକ୍ରମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିଲେ I ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡିଶା ସରକାର ନୂଆ ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ I ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ନ ହୁଅନ୍ତୁ ସେଥି ପାଇଁ ଆରମ୍ଭ ହୋଇଛି ନୂଆ-ଓ ଛାତ୍ରବୃତ୍ତି I ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ I ସେହି ଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧିନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ଯ୍ୟ କରାଯାଇଛି I ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ପ୍ରତ୍ୟକ୍ଷ ଭାବରେ ଏହାର ତଦାରଖ କରିଥିଲେ I ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ କରି ଏହାକୁ ସଫଳ କରାଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.