ଆଜିଠୁ ଆରମ୍ଭ ହେବ ସୋନପୁର-ଭୁବନେଶ୍ଵର ରେଳସେବା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଭୁବନେଶ୍ବର ରେଳ ସେବା। ଏ ନେଇ ଇଷ୍ଟ୍ କୋଷ୍ଟ୍ ରେଲୱେ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯିବା ସହ ଆଜି ଦିବା ୪ ଟା ବେଳେ ଶୁଭ ଉଦଘାଟନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ଏଥି ପାଇଁ ଆଜି ଏକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା କରଯାଇଥିବା ବେଳେ ଏହି ଉତ୍ସବରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଣିକି ପ୍ରତ୍ୟେକ ଦିନ ଭୁବନେଶ୍ବରରୁ ବଲାଙ୍ଗୀର ଚଳାଚଳ କରୁଥିବା ଇଣ୍ଟରସିଟି ଟ୍ରେନକୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ସହ ଟ୍ରେନ ନଂ ୧୨୮୯୩ ଏବଂ ୧୨୮୯୪ ପ୍ରତ୍ୟହ ଭୁବନେଶ୍ବରକୁ ଚଳାଚଳ କରିବ। ଏହି ଖବରକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଆନନ୍ଦ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.