ଗୋକଲମା ଗାଁରେ ପାଣିର ଉତ୍କଟ ସମସ୍ୟା

ଶୁଷ୍କ ଅବସ୍ଥାରେ ଜଳ ଉତ୍ସ : ସ୍ନାନ ଶୌଚାଦିରେ ନାହିଁ ନଥିବା ଅସୁବିଧା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ଅଧିନ ଗୋକଲମା ଗ୍ରାମରେ ସ୍ନାନ ଶୌଚାଦି ପାଇଁ ପାଣି ସମସ୍ୟା ଏକ ଜଟିଳ ରୂପ ଧାରଣ କରିଛି।ଶୁଷ୍କ ଅବସ୍ଥାରେ ରହିଛି ଜଳଉତ୍ସ ଗୁଡିକ। ବର୍ଷ ବର୍ଷ ଧରି ଏହି ସମସ୍ୟା ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଏଯାବତ ହେଇପାରିନି। ଦୀର୍ଘ ବର୍ଷ ତଳେ ଖନନ ହୋଇଥିବା ଏକ ପୋଖରୀ ଆରମ୍ଭରୁ ହିଁ ଶୁଷ୍କ ଅବସ୍ଥାରେ ରହିଛି। ପ୍ରାୟ ୮୦ ପରିବାର ବସବାସ କରୁଥିବା ଏହି ଗାଁରେ ୩ ଗୋଟି ନଳକୂପ କାର୍ଯ୍ୟକ୍ଷମ ଥିବାବେଳେ ଗ୍ରୀଷ୍ମ ଆରମ୍ଭରୁ ହିଁ ନିଅଣ୍ଟ।ଗାଁର ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପାନୀୟଜଳର ସମସ୍ୟା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟ ପରିସରର ନଳକୂପ ଅଚଳ ଥିବାବେଳେ ଆଉ ଏକ ଗଭୀର ନଳକୂପ ପାଇଁ ବ୍ୟବସ୍ଥା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ଉପକରଣ ଲାଗିପାରିନି। ଫଳରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ଆବଶ୍ୟକୀୟ ପାଣି ପାଇଁ ନାହିଁ ନଥିବା ଅସୁବିଧା ରହୁଛି। ବିଦ୍ୟାଳୟ ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ନଳକୂପ ନଥିଲେ ବି ବିଦ୍ୟାଳୟର ନଳକୂପ ଉପରେ ଭରସା କରି ରହିଥିଲେ। ଏଭଳି ସମସ୍ୟାରେ ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥାଏ।

Udyog Nursery
Udyogi Nursery

କିନ୍ତୁ ଛୁଆଙ୍କ ପିଇବା ପାଇଁ ପାଣି ଏବଂ ଅଇଁଠା ଥାଳି ଧୋଇବାକୁ ଦୂରକୁ ଯିବାକୁ ପଡିଥାଏ। ସେହିପରି ଗାଁରେ ନଦୀ, ନାଳ,ଝରଣା ଏବଂ ପୋଖରୀ ଭଳି କୌଣସି ଜଳ ଉତ୍ସ ନଥିବା ଯୋଗୁଁ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସାଂଘାତିକ ହୋଇଥାଏ। ଗାଁର ନଳକୂପ ଗୁଡିକରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପାଣି ବାହାରୁନଥିବା ବେଳେ ବାଧ୍ୟ ହୋଇ ଦେଢ଼ କିଲୋମିଟର ଦୂର ନାଗାବଳୀ ନଦୀକୁ ସ୍ନାନ ଶୌଚାଦି ପାଇଁ ଯିବାକୁ ପଡିଥାଏ।ଗାଁ ନିକଟ ଏକ ପାହାଡି ଝରଣାରୁ ପାଇପ୍ ଦ୍ଵାରା ଗାଁକୁ ଜଳଯୋଗାଣ କରାଯାଇଥିଲା।ଯାହା ପୁର୍ବ ବର୍ଷ ଅପେକ୍ଷା ଧୀରେ ଧୀରେ ଶୁଖିବାକୁ ଲାଗିଥିବା ବେଳେ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରୁନି।

ଏଠିକାର ଲୋକଙ୍କ କହିବା ଅନୁଯାୟୀ ଏହି ସମସ୍ୟା ଯୋଗୁଁ ଅନେକ ଲୋକ ସବୁଦିନ ଗାଧୋଇବା କଷ୍ଟ ହେଉଥିବା ବେଳେ ଅଗାଧୁଆରେ ମଧ୍ୟ ରହିବାକୁ ବାଧ୍ୟ ହେଉଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଗୋକଲମା ଗାଁର ଏହି ସମସ୍ୟାକୁ ନେଇ ଗୁଣପୁର ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ ଚିନ୍ତା ପ୍ରକଟ କରିଥିବା ବେଳେ ଏହାର ଯଥା ସମ୍ଭବ ସମାଧାନ ପାଇଁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଆଗରେ ଜଣାଇବି ବୋଲି ସୂଚନା ଦେଇଛନ୍ତି।

ଗୋଟିଏ ପଟରେ ସଚେତନତାର ଅଭାବ ଯୋଗୁଁ ବର୍ଷକୁ ବର୍ଷ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଏହାର ପ୍ରଭାବରେ ଜଳ ଉତ୍ସ ଗୁଡିକ ସବୁଦିନ ପାଇଁ ଶୁଷ୍କ ଅବସ୍ଥାରେ ରହି ଯାଉଛି ଏବଂ ଆଗାମୀ ଭବିଷ୍ୟତରେ ଏହାର ପ୍ରତିକୂଳ ପ୍ରଭାବ ଦେଖାଦେବ ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ଏହାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି। ଗୋକଲମା ବାସୀ କେବେ ଏହି ଦୁର୍ଦ୍ଦଶାରୁ ମୁକ୍ତି ପାଇବେ ଏବଂ ପ୍ରଶାସନ କେବେ ସମାଧାନ କରିବେ ତାହା ଦେଖିବା ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.