ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା କନ୍ଧସର୍ଗିଗୁଡା ସ୍ଥିତ ବିଲରୁ ମଙ୍ଗଳବାର ରାତ୍ରି ୧୦ ଟା ସମୟରେ ସୁରେଶ ବିହାରଙ୍କ ମୃତ ଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି ଜୁନାଗଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲେ। ହେଲେ ରାତ୍ର ସମୟ ହୋଇଥିବାରୁ ବ୍ୟବଚ୍ଛେଦ ବୁଧବାର ସକାଳ ୯ ଟା ସମୟରେ ହୋଇଥିଲା। କିନ୍ତୁ ଶବ ବ୍ୟବଛେଦ ପରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମହାପରାୟଣ ଗାଡି ମିଳିନ ଥିଲା। ମହାପ୍ରୟାଣ ଗାଡି ଯୋଗେଇଦେବା ଦାବି ସହ ହତ୍ୟା ଅଭିଯୋଗ ଆଣି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଷ୍ଟ୍ରେଚରରେ ଶବ ନେଇ ଜୁନାଗଡ଼ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ମୃତକଙ୍କ ପରିବାରବର୍ଗ। ସୂଚନା ଥାଉ କି ମଙ୍ଗଳବାର ଜୁନାଗଡ଼ ଥାନା ରଣପୁର ଗାଁର ସୁରେଶ ବିହାର କନ୍ଧ ସର୍ଗିଗୁଡା ଗାଁର ନିଜ ସମ୍ପର୍କକିୟ ଘରକୁ ବିବାହ କାର୍ଯ୍ୟକ୍ରମରେ ଯାଇଥିଲେ କିନ୍ତୁ ଘରକୁ ଫେରିନ ଥିଲେ। ରାତ୍ର ୧୦ ଟା ସମୟରେ ସ୍ଥାନୀୟ ଲୋକେ ମୃତ ଶରୀର ଦେଖି ପରିବାର ବର୍ଗ ଓ ପୋଲିସକୁ ସୂଚନା ଦେଇଥିଲେ।