କନ୍ଦକେଲଗାଁରେ ନିମ୍ନମାନର ପିଚୁ କାର୍ଯ୍ୟକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, କାର୍ଯ୍ୟନୁଷ୍ଠାନ ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଧିନସ୍ଥ ଜାତୀୟ ରାଜପଥ ୨୬ ଠାରୁ କନ୍ଦକେଲଗାଁ ଭାୟା ଝାରସମରା ରାସ୍ତାରେ ଚାଲୁଥିବା ଆର.ଡି ବିଭାଗ ତରଫରୁ ପିଚୁ କାମ ଅତି ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏନଏଚ ୨୬ କନ୍ଦକେଲଗା ଛକ ଠାରୁ ୨ କିମି ୭ ଶହ ମିଟର ପିଚୁ କାମ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନରେ ପିଚୁ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଠିକା ସଂସ୍ଥା ନିୟମ ମୁତାବକ ପିଚୁ ନ କରି ଅତି ନିମ୍ନମାନର ପିଚୁକାମ ହେଉଥିବାରୁ ଗୁରୁବାର ଗ୍ରାମବାସୀ କାର୍ଯ୍ୟ ସ୍ଥଳରେ ନିମ୍ନମାନର କାର୍ଯ୍ୟ କରୁଥିବା ଠିକା ସଂସ୍ଥାକୁ ଅଭିଯୋଗ କରିଥିଲେ। ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ଅତିନିମ୍ନ ମାନର ଚାଲିଥିବା ଅଭିଯୋଗ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ନିୟମ ଅନୁସାରେ ୨୫ ଏମଏମ ପିଚୁ ପଡିବା କଥା ଯଦି ତା’ ଠାରୁ ମାପରେ କମ ହୁଏ ତା ହେଲେ ପୁଣି କାମ କରାଯିବ ବୋଲି ପ୍ରକାଶ କରିଥିଲେ। ଏପରିକି ରାସ୍ତାରୁ ଧୂଳି ସଫା ନ କରି ପିଚୁ କରୁଥିବାରୁ ପିଚୁ ରାସ୍ତାରେ ଭଲ କି ରହୁନାହିଁ ଓ ପିଚୁ ମଧ୍ୟ ସଠିକ ଗରମ ନ ଥିବାରୁ ପିଚୁ ରାସ୍ତାରେ ଛାଡି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାମ ଚାଲୁଥିବା ସ୍ଥାନରେ ପିଚୁ କେତେ ପରିମାଣରେ ଗରମ ଅଛି, ସେ ଯନ୍ତ୍ର ନ ଥିବା ଓ ଶ୍ରମିକ ମାନେ ଗରମ ପିଚୁରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ଉପକରଣ ମଧ୍ୟ ବ୍ୟବହାର କରୁ ନ ଥିବା ଦେଖିବାକୁ ମିଳିଥିଲା। ଏହାର ଉଚିତ ତଦନ୍ତ କରି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.