ଜୟପାଟଣା ଠାରେ କଂଗ୍ରେସର ନିର୍ବାଚନୀ ବିଗୁଳ

ପୂର୍ବତନ ମନ୍ତ୍ରୀ ଭଲବଦ୍ର ମଝୀଙ୍କ ଶକ୍ତି ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କିଛି ବର୍ଷ ଧରି ବିଜେଡ଼ିରେ ନିଜକୁ ଅସହାୟ ମନେକରି ଆସୁଥିବା ପୂର୍ବତନ ମନ୍ତ୍ରୀ ଭଲବଦ୍ର ମଝୀ କଂଗ୍ରେସରେ ଯୋଗଦେବା ପରେ ଗୁରୁବାର ବିଶାଳ ଶୋଭାଯାତ୍ରା ଦ୍ବାରା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବା ପାଇଁ ପ୍ରୟାସ ଜାରି କରିବା ସହିତ ଏକ ସାଧାରଣ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଗ୍ନବର୍ଷି ଭାଷଣ ଦେଇଥିବା ଜଣାପଡିଛି। ଏଥି ସହିତ ଶତାଧିକ କର୍ମୀ ବିଭିନ୍ନ ଦଳରୁ ଆସି ବଳଭଦ୍ର ମାଝିଙ୍କ ଆହ୍ବାନରେ କଂଗ୍ରେସରେ ସାମିଲ ହୋଇଥିଲେ। ଜୟପାଟଣା ସହରର ଗୀତା ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରି କୃଷ୍ଣ ଚନ୍ଦ୍ର କ୍ଳବ୍ ପଡ଼ିଆରେ ପହଞ୍ଚିବା ପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ସାଂପ୍ରତିକ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ପ୍ରସ୍ତୁତି ରହିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭରତ ଭୁଷଣ ବେମାଲ ସଭାର ଅଧ୍ୟକ୍ଷତା କରିଥିବାବେଳେ ଜୟପାଟଣା ବ୍ଲକ ସଭାପତି ଗଙ୍ଗାଧର ପାତ୍ର ଅତିଥି ମାନଙ୍କୁ ଆମନ୍ତ୍ରଣ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ କଂଗ୍ରେସର ସର୍ବ ଭାରତୀୟ ସଂପାଦକ ତଥା ଓଡିଶା ସହ ପ୍ରଭାରୀ ସାହା ନଓ୍ବାଜ ଚୌଧୁରୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଭଲବଦ୍ର ମଝୀ, ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦୁରିଆ, ପୂର୍ବତନ ସାଂସଦ ନକୁଳ ନାଏକ, ମଣ୍ଟୁ ପଣ୍ଡା, ବେଣୁଧର ଦୁର୍ଗା, ବିଜୟ ନାଏକ, ଗୋବିନ୍ଦ ପ୍ରଧାନୀ, ଧରଣୀଧର ଦାସ, ଡମ୍ବରୁଧର ନାଏକ, ଫକିର ମୋହନ ମାଝୀ, ଜିଲ୍ଲା ସଭାନେତ୍ରୀ ମାର୍ଜିନା ପ୍ରଧାନ, ସମ୍ପାଦିକା ପ୍ରମିଳା ବାତ୍ରା ପ୍ରମୁଖ ମଞ୍ଚାସୀନ ରହି ଉଦବୋଧନ ଦେଇଥିଲେ। ବଳଭଦ୍ର ମାଝି କଂଗ୍ରେସରେ ଯୋଗଦାନକୁ କଂଗ୍ରେସ କର୍ମୀମାନେ କେତେ ଦୂର ଗ୍ରହଣ କରିଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲିି ସାଧାରଣରେ ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.