ଓଡ଼ିଶା ସାମ୍ବାଦିକ ୟୁନିଅନର କଳା ବ୍ୟାଚ ଧାରଣ: ସାମ୍ବାଦିକ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନସନ ପାଇଁ ଦାବୀ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ଵାନ କ୍ରମେ ଶୁକ୍ରବାର ସାରା ଓଡ଼ିଶାରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନସନ ଦାବିରେ କଳା ବ୍ୟାଚ୍ ଧାରଣ ସହ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ମ.ରାମପୁର ୟୁନିଟ ତରଫରୁ ପ୍ରଶାନ୍ତ ସାମନ୍ତରାଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ ସହ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯାଇଛି। ସାମ୍ବାଦିକମାନେ କଳା ଵ୍ୟାଚ ଧାରଣ ପୂର୍ବକ ବ୍ଲକ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଉଦ୍ଧବ ପଣ୍ଡା, ଶୁଭେନ ପଟ୍ଟନାୟକ, ହେମନ୍ତ ସାହୁ, ନିରଞ୍ଜନ ମହାରଣା, ମର୍ଦ୍ଧରାଜ ସ୍ବାଇଁ, ପୟଧର ସାହୁ, ଜଗତରାମ ସାହୁ, ରାମେଶ୍ବର ପ୍ରସାଦ ସାହୁ, ପ୍ରଶାନ୍ତ ସାହୁ, ପଦ୍ମନାଭ ନାଏକ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.